www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନର ସରକାରୀ ଓ୍ବେବସାଇଟ୍‌ ଓ ‘ଏକ୍ସ’ ହ୍ୟାଣ୍ଡେଲ ବ୍ଲକ୍‌

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି(ସିସିଏସ)ର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା, ଯେଉଁଥିରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନର ସରକାରୀ ‘ଏକ୍ସ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ପାକିସ୍ତାନ ସରକାରଙ୍କ ‘ଏକ୍ସ’ ହ୍ୟାଣ୍ଡେଲ ଭାରତରେ ଦୃଶ୍ୟମାନ ହେବ ନାହିଁ କିମ୍ବା ଏହାର କୌଣସି ପୋଷ୍ଟ ଦୃଶ୍ୟମାନ ହେବ ନାହିଁ। ତେବେ ପାକିସ୍ତାନ ଏବଂ ଭାରତ ବାହାରେ ଅନ୍ୟ ଦେଶରେ ଏହି ଆକାଉଣ୍ଟ ସକ୍ରିୟ ରହିବ। ‘ଏକ୍ସ’ ହ୍ୟାଣ୍ଡେଲ ବ୍ୟତୀତ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ଓ୍ବେବସାଇଟ୍‌କୁ ମଧ୍ୟ ଭାରତରେ ବ୍ଲକ୍‌ କରାଯାଇଛି। ଭାରତରେ https://pakistan.gov.pkକୁ ଆକ୍ସେସ୍‌ କରାଯାଇ ପାରିବନାହିଁ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories