www.samajalive.in
Sunday, December 7, 2025
26.1 C
Bhubaneswar

ପହଲଗାମ୍‌ ଆକ୍ରମଣ; ୬ଦିନ ଅଞ୍ଚଳକୁ ନଜରରେ ରଖିଲେ, ଆଗେ ଧର୍ମ ପଚାରି, ପରିଚୟ ପତ୍ର ଦେଖି ଗୁଳି ଚାଳନା କଲେ ଆତଙ୍କୀ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କୀ ଆକ୍ରମଣର ବଡ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଏହି ଆକ୍ରମଣରେ ୬ ଜଣ ଆତଙ୍କୀ ସାମିଲ୍‌ ଥିଲେ । ଆକ୍ରମଣକାରୀମାନେ ୧ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ନଜରରେ ରଖିଥିଲେ। ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳର ଅଳ୍ପ ଦୂରରୁ ନମ୍ବର ନଥିବା ଏକ ମୋଟରସାଇକେଲ୍‌ ମିଳିଛି। ଆତଙ୍କବାଦୀ ମାନେ ଏହାର ବ୍ୟବହାର କରିଛନ୍ତି ବୋଲି ଆଶଙ୍କା କରାଯାଉଛି।
ସେନା ପୋଷାକ ପିନ୍ଧି ଆତଙ୍କୀମାନେ ପହଲଗାମ୍‌ର ବାୟସରନ ଘାଟିରେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରିବା ସହ ପରିଚୟ ପତ୍ର ଦେଖିଥିଲେ । ଏହାପରେ ହିନ୍ଦୁ ବୋଲି କହି ଗୁଳି ଚାଳନା କରିଥିଲେ । ୨୬ ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ସହ ୨ ଜଣ ବିଦେଶୀ ଓ ୨ ଜଣ ସ୍ଥାନୀୟ ନାଗରିକ ସାମିଲ ଥିଲେ । ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସୁରକ୍ଷା ଏଜେନ୍ସିଗୁଡ଼ିକ ଗତକାଲି ବିଳମ୍ବିତ ରାତିରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛନ୍ତି। ଜୁଲାଇ ୩ ରୁ ଆରମ୍ଭ ହେଉଥିବା ଶ୍ରୀ ଅମରନାଥ ଯାତ୍ରା ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଏକ ଗୋଷ୍ଠୀ, ଟିଆରଏଫ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ଜମ୍ମୁ ଏବଂ କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ।

ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍‌ର ଛାତିଥରା ଘଟଣା

- Advertisement -

ଆଶ୍ୱସ୍ତି ; କମିଲା ସୁନା ଦାମ୍‌

ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍‌, ବଢିବ ଦରମା, ମିଳିବ ଚାକିରି..

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories