କେନ୍ଦୁଝରସଦର : କେନ୍ଦୁଝରଗଡ଼ ପୌରପାଳିକାର ମାସିକ ସାଧାରଣ ବୈଠକରୁ ଆଜି କକ୍ଷ ତ୍ୟାଗ କରିଛନ୍ତି ବିଜେଡି ର ୧୩ ଜଣ କାଉନସିଲର। ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସାଧାରଣ ବୈଠକକୁ ତ୍ୟାଗ କରାଯାଇଥିବା କହିଛନ୍ତି କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ। ବୈଠକ ଚାଲିଥିବା ବେଳେ ବିଜେଡିର ୧୩ ଜଣ କାଉନସିଲର ବୈଠକ ଚାଲିଥିବା କକ୍ଷ ବାହାରେ ବସି ବିରୋଧ କରୁଥିବା ବେଳେ ପୌରପାଳିକାର ନିର୍ବାହୀ ଅଧିକାରୀ ଆସି କାଉନସିଲରଙ୍କୁ ଏବଂ ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିବା ବେଳେ ବୁଝି ନଥିଲେ ବିଜେଡିର କାଉନସିଲରମାନେ।
ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍, ବଢିବ ଦରମା, ମିଳିବ ଚାକିରି..
ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍ର ଛାତିଥରା ଘଟଣା



