www.samajalive.in
Sunday, December 7, 2025
26.1 C
Bhubaneswar

ଏସଏସବି କାର୍ଯ୍ୟାଳୟ ଘେରାଉ, ୪୦ଘଣ୍ଟା ପରେ ଅଧ୍ୟକ୍ଷଙ୍କୁ ଛାଡ଼ିଲେ ଆନ୍ଦୋଳନକାରୀ

କଲକାତା: ପଶ୍ଚିମବଙ୍ଗର ବେକାରୀ ଶିକ୍ଷକମାନଙ୍କ ପକ୍ଷରୁ ରାଜ୍ୟ ବିଦ୍ୟାଳୟ ସେବା ଆୟୋଗ (ଏସଏସସି) ମୁଖ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରାଯାଇଛି। ଆନ୍ଦୋଳନକାରୀ ବେକାରୀ ଶିକ୍ଷକମାନେ ଘେରାଉ କରି ଅଟକ ରଖିଥିବା ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ ୪୦ଘଣ୍ଟା ପରେ ଛାଡ଼ିଥିଲେ।  ବୁଧବାର ସକାଳେ ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଛାଡିବାକୁ ଆନ୍ଦୋଳନକାରୀ ଅନୁମତି ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬ ଏସଏସସି ନିଯୁକ୍ତି ପରୀକ୍ଷାର ଓଏମଆର ସିଟ୍ ଉପସ୍ଥାପନା ସମ୍ବନ୍ଧୀୟ ଶୁଣାଣି ସଂପର୍କରେ ଶ୍ରୀ ମଜୁମଦାର ବୁଧବାର କଲିକତା ହାଇକୋର୍ଟରେ ହାଜର ହେବେ।
ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଏପ୍ରିଲ ୨୧ ଅପରାହ୍ନ ୨ଟାରୁ ବେକାରୀ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

- Advertisement -

ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର କହିଛନ୍ତି ଯେ ସେ ଘରକୁ ଫେରିଛନ୍ତି ଏବଂ କାର୍ଯ୍ୟସୂଚୀ ଅନୁଯାୟୀ କୋର୍ଟ ପ୍ରକ୍ରିୟାରେ ଯୋଗଦେବା ପୂର୍ବରୁ କିଛି ସମୟ ବିଶ୍ରାମ ନେବେ।

ଯୋଗ୍ୟ ଶିକ୍ଷକ ଫୋରମର ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ କାର୍ଯ୍ୟାଳୟରୁ ଯିବା ପାଇଁ ଅନୁମତି ଦିଆଯାଇଥିଲା, କାରଣ ତାଙ୍କୁ କୋର୍ଟରେ ଶାରୀରିକ ଭାବରେ ଉପସ୍ଥିତ ରହିବାକୁ ପଡିବ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ବନ୍ଦୋବସ୍ତ କରିବାକୁ ପଡିବ।
ସେ କହିଛନ୍ତି, “ଆମର ସିଟ୍-ଇନ୍ ପୂର୍ବପରି ଜାରି ରହିବ … ଅଦାଲତ ପ୍ରକ୍ରିୟା ପରେ ସେ ନିଜ କାର୍ଯ୍ୟାଳୟକୁ ଫେରିବା ପରେ ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ ମୋନେ ପୁଣି ଥରେ ଘେରାଉ କରିବେ।

ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷା ବିଭାଗ ବିରୋଧରେ କଲକତା ହାଇକୋର୍ଟ ବୁଧବାର ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଚାକିରି ହରାଇଥିବା ୨୬୦୦୦ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଓଏମଆର ସିଟ୍ ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଅପଲୋଡ୍ କରାଯାଇନାହିଁ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି।

ରାଜ୍ୟ ବିଦ୍ୟାଳୟ ସେବା ଆୟୋଗ ୨୦୧୬ ପରୀକ୍ଷା ପାଇଁ କଳଙ୍କିତ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଅପଲୋଡ୍ କରିବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ଆଇନଗତ ସମସ୍ୟା ଦର୍ଶାଇ ଆଜି ପର୍ଯ୍ୟନ୍ତ ଅପଲୋଡ କରାଯାଇନାହିଁ। ଏହାର ପ୍ରତିବାଦରେ ପ୍ରାୟ ୨,୦୦୦ ବେକାର ଶିକ୍ଷକ ଏସଆରସି ମୁଖ୍ୟାଳୟ ସମ୍ମୁଖରେ ଏପ୍ରିଲ ୨୧ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories