www.samajalive.in
Sunday, December 7, 2025
26.1 C
Bhubaneswar

ଚଳିତ ବର୍ଷ ୨୨,୬୫୦ ଟଙ୍କା ମହଙ୍ଗା ସୁନା; ମାସେ ଭିତରେ ୮% କମିପାରେ ଦାମ୍‌

ସମାଜ ଡିଜିଟାଲ ଡେସ୍କ: ଶୁଳ୍କ ଯୁଦ୍ଧ ଆରମ୍ଭ ହେବାପରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ଲଗାତର ଭାବେ ନୂଆ ରେକର୍ଡ ସୃଷ୍ଟି କରୁଛି। ମଙ୍ଗଳବାର ୧ ଲକ୍ଷ ଟଙ୍କା ଟପିଛି ସୁନା ଦାମ୍‌। ଏହାରି ସହିତ ସୁନା ଦର ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୨, ୬୫୦ ଟଙ୍କା ତଥା ୨୮.୬୮ ପ୍ରତିଶତ ବୃଦ୍ଧି ପାଇଛି। ଡିସେମ୍ବର ୩୧, ୨୦୨୪ରେ ସୁନା ୧୦ ଗ୍ରାମ ପିଛା ୭୮, ୯୫୦ ଟଙ୍କାରେ ବନ୍ଦ ହୋଇଥିଲା। ସୁନା ବ୍ୟବସାୟୀମାନେ କହିଛନ୍ତି ଯେ, ଅକ୍ଷୟ ତୃତୀୟା ଏବଂ ବିବାହ ଋତୁରେ ଚାହିଦା ବଢିବାର ଆଶା କରି ଅଳଙ୍କାର ବିକ୍ରେତାମାନେ ସୁନା କ୍ରୟ ବୃଦ୍ଧି କରିଛନ୍ତି, ଯଦ୍ଵାରା ମୂଲ୍ୟବାନ ଧାତୁର ମୂଲ୍ୟକୁ ସମର୍ଥନ ମଳିଛି।

କେଡିଆ ଆଡଭାଇଜରୀ ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ରେକର୍ଡ ସ୍ତରରେ ପହଞ୍ଚିବା ପରେ ଘରୋଇ ବଜାରରେ ସୁନା ମୂଲ୍ୟ ଆଗାମୀ ଏକ ମାସରେ ୭-୮ ପ୍ରତିଶତ ହ୍ରାସ ପାଇ ୯୧,୦୦୦ ରୁ ୯୨,୦୦୦ ଟଙ୍କା ହୋଇପାରେ। ଯଦି ବାଣିଜ୍ୟ ଯୁଦ୍ଧ ଥମିଯାଏ ଏବଂ ଅନିଶ୍ଚିତତା କିଛିଟା କମିଯାଏ, ତେବେ ସୁନା ଦାମ୍‌ ଆହୁରି କମିପାରେ।

- Advertisement -

ପରାମର୍ଶ: ଦାମ୍‌ କମିବା ଯାଏ ଅପେକ୍ଷା କରନ୍ତୁ

ଅଜୟ କେଡିଆ କହିଛନ୍ତି, ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଯେଉଁ ରେକର୍ଡ ସ୍ତରରେ ପହଞ୍ଚିଛି, ଏଭଳି ପରିସ୍ଥିତିରେ ନୂତନ କ୍ରୟକୁ ଏଡ଼ାଇବା ଉଚିତ। ସୁନା ଗୋଟିଏ ବର୍ଷ ମଧ୍ୟରେ ୪୦ ପ୍ରତିଶତ ରିଟର୍ଣ୍ଣ ଦେଇ ସାରିଲାଣି। ୧୯୮୦ ପରଠାରୁ କୌଣସି ସମ୍ପତ୍ତିରେ ନିବେଶ ଏତେ ଲାଭ ଦେଇପାରି ନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ବଜାରରେ ସୁନାରେ ନିବେଶ ଅଧିକ ଲାଭଦାୟକ ହୋଇପାରେ, ଯଦ୍ଵାରା ମୂଲ୍ୟ ହ୍ରାସ ପାଇବାର ଆଶା ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories