www.samajalive.in
Sunday, December 7, 2025
16.1 C
Bhubaneswar

ନବୀନଙ୍କୁ ଭେଟିଲେ ବରିଷ୍ଠ ନେତା, ଖୁବ୍ ଶୀଘ୍ର ନୂଆ ଟିମ୍‌

ଭୁବନେଶ୍ବର: ନବମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡିର ସଭାପତି ହୋଇଛନ୍ତି। ତାଙ୍କର ନୂଆ ଟିମ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନି। ବାକି ୧୫ ସାଂଗଠନିକ ଜିଲାରେ ସଭାପତି ଅଙ୍କ ଛିଣ୍ଡୁନି। ଏହାକୁ ତ୍ବରାନ୍ବିତ କରିବା ପାଇଁ ନବୀନ ନିବାସରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଦଳର ବରିଷ୍ଠ ନେତାମାନେ ନବୀନ ପଟ୍ଟନାୟକଙ୍କୁ ଭେଟି କାର୍ଯ୍ୟକାରିଣୀ, ରାଜ୍ୟ କମିଟି, ରାଜ୍ୟ ପଦାଧିକାରୀ ଏବଂ ଛାମୁଆ ସଂଗଠନ ଆଦି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ମାତ୍ର ଏନେଇ କେହି ମୁହଁ ନ ଖୋଲି କେବଳ ଔପଚାରିକତା ଦୃଷ୍ଟିରୁ ଭେଟିବାକୁ ଆସିଥିବା ଗଣମାଧ୍ୟମକୁ କହିଛନ୍ତି। ସୂଚନା ଅନୁଯାୟୀ, ୮୧ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ଘୋଷଣା ପୂର୍ବରୁ ନବୀନ ଦଳର ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିଛନ୍ତି। ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେଡି କାର୍ଯ୍ୟକାରିଣୀ ଓ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଥିଲା। ଦଳର ନେତାମାନେ ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ନବୀନଙ୍କୁ ଜଣାଇଥିଲେ। ଏହାସହ କାର୍ଯ୍ୟକାରିଣୀରୁ ଅସନ୍ତୁଷ୍ଟ ନେତାଙ୍କୁ ବର୍ତ୍ତମାନ ପରିସ୍ଥିତିରେ ବାଦ୍ ନ ଦେବାକୁ ନେତାମାନେ ପରାମର୍ଶ ଦେଇଥିବା ସୂଚନା ମିଳିଛି। ହେଲେ ଏନେଇ ନେତାମାନେ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି। ନବମ ଥର ସଭାପତି ହେବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିବା ବରିଷ୍ଠ ନେତା କହିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ଦେବୀ କହିଛନ୍ତି ଯେ, ନବୀନ ପଟ୍ଟନାୟକ ପୁଣିଥରେ ସଭାପତି ନିର୍ବାଚିତ ହେବା ପରେ ଆମେ ଶୁଭେଚ୍ଛା ଜଣାଇବାକୁ ଆସିଥିଲୁ। କାର୍ଯ୍ୟକାରିଣୀ ସମ୍ପର୍କରେ ଦଳର ସଭାପତି ସଠିକ୍ ସମୟରେ ନିଷ୍ପତ୍ତି ନେବେ। ଅରୁଣ କହିଛନ୍ତି ଯେ, ନବମ ଥର ପାଇଁ ସଭାପତି ଦାୟିତ୍ବ ନେବା ପରେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ। ଏହା ରୁଟିନ ୱାର୍କ। ରାଜ୍ୟର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେଲା। ଦଳର ସଭାପତି କାର୍ଯ୍ୟକାରିଣୀ ଓ ପଦାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବେ ଏବଂ ପର୍ଯ୍ୟାୟକ୍ରମେ ଏହା ଘୋଷଣା ହେବ। ଦଳରେ କନ୍ଦଳ କିମ୍ବା ବିଦ୍ରୋହ ନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବିଜେଡିର ୩୩ ସାଂଗଠନିକ ଜିଲା ମଧ୍ୟରୁ ୧୮ଟିରେ ସଭାପତି ମନୋନୟନ ହୋଇସାରିଛି। ବାକି ୧୫ଟିରେ ଅଙ୍କ ଛିଣ୍ଡିପାରୁନି। ଅଧିକାଂଶ ଜିଲାରେ ଏକାଧିକ ଆଶାୟୀ ରହିଥିବାରୁ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ବିଦ୍ରୋହ ଆଶଙ୍କାରେ ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ପ୍ରକାଶ କରିପାରୁ ନଥିବା ଦଳ ଭିତରେ ଆଲୋଚନା ହେଉଛି। ୱାକଫ୍ ସଂଶୋଧନ ବିଧେୟକ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ମତ ରଖିଥିବା ଓ ମେଳି କରିଥିବା କିଛି ନେତାଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରୁ ବାଦ୍‌ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସଦସ୍ୟ ତାଲିକା ପ୍ରକାଶ ପରେ ଏନେଇ ସ୍ପଷ୍ଟତା ଆସିପାରିବ। ଖୁବ୍‌ଶୀଘ୍ର ନବୀନ ତାଙ୍କର ନୂଆ ଟିମ୍‌ ଗଢ଼ିପାରନ୍ତି। ରାଜ୍ୟ କର୍ମକର୍ତ୍ତା ଓ ପଦାଧିକାରୀ ମନୋନୟନ ସହ କିଛି ନୂତନ କମିଟି ଗଠନ ହୋଇପାରେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories