www.samajalive.in
Sunday, December 7, 2025
26.1 C
Bhubaneswar

ବାହାନଡା ହଷ୍ଟେଲ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚଆରସି ତଦନ୍ତ

ଖୁଣ୍ଟା : ଖୁଣ୍ଟା ବ୍ଲକ ଅନ୍ତର୍ଗତ ଆଦିବାସୀ କଲ୍ୟାଣ ବିଭାଗ ପରିଚାଳିତ ବାହାନଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଅନ୍ତେବାସିନୀ ମମତା ମାରାଣ୍ଡି(୧୨) ମୃତ୍ୟୁ ଘଟଣାକୁ ନେଇ ଓଡିଶା ମାନବାଧୀକାର ଆୟୋଗ(ଓଏଚଆରସି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆୟୋଗ ନିକଟରେ ରୁଜୁ ହୋଇଥିବା ମାମଲା ୭୩୩/୨୦୧୭ ଅନୁସାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଇନ୍ସପେକ୍ଟର କ୍ଷେତ୍ର ମୋହନ ବେହେରା ଓ ଶୁଶାନ୍ତ ଗୌଡଙ୍କୁ ନେଇ ଏକ ଦୁଇ ଜଣିଆ ଯାଞ୍ଚ ଦଳ ଖୁଣ୍ଟା ଥାନା, ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉଦଳା ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, ବାହାନଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କଡାଡିହା ଗ୍ରାମର ମୃତ ମମତାଙ୍କ ପରିବାରକୁ ଭେଟିଥିଲେ। ମଙ୍ଗଳବାର ହାଇସ୍କୁଲରେ ଉଭୟ ଅଧିକାରୀ ତତ୍କାଳୀନ ପ୍ରାଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବସୁମତୀ ଶତପଥୀ, ମେଟ୍ରନ, ଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ବୟାନ ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ ଯେ ଖୁଣ୍ଟା ବ୍ଲକର କଡାଡିଦା ଗ୍ରାମର ଚୁନୁରାମ ମାରାଣ୍ଡିଙ୍କ କନ୍ୟା ମମତା ଅସୁସ୍ଥ ହୋଇ ପଡିବାରୁ ୧୩ ତାରିଖ ମଙ୍ଗଳାବାର ଦିନ ବିଦ୍ୟାଳୟ ପକ୍ଷରୁ ତାକୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେତେବେଳେ ଭିଭିନ୍ନ୍‍ ପ୍ରକାର ପରୀକ୍ଷା ପାଇଁ ଡାକ୍ତର ତାକୁ ଉଦଳା ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର କୌଣସି କାରଣ ପାଇଁ ସେହି ଦିନ ଅର୍ଥାତ ମଙ୍ଗଳବାର ଦିନ ମମତାଙ୍କୁ ଉଦଳା ନିଆଯାଇନଥିଲା। ପରଦିନ ପୂର୍ବାହ୍ନରେ ମମତା ଗୁରୁତର ଅସୁସ୍ଥା ହୋଇପଡିବା ଫଳରେ ତାଙ୍କୁ ଉଦଳାରେ ଭର୍ତ୍ତି କରାଯିବା ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଇଥିଲେ ମଧ୍ୟ ମମତା ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ଝିଅର ମୃତ୍ୟୁ ସମ୍ପର୍କରେ ଖବର ପାଇବା ପରେ ଚରମ ଅବହେଳା ପାଇଁ ଝିଅର ମୃତ୍ୟୁ ହୋଇଥିବାର ବାପା ଚୁନୁ ମାରାଣ୍ଡି ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ଓ ହଷ୍ଟେଲ ଦାୟିତ୍ୱରେ ଥିବା ସହକାରୀ ଅଧୀକ୍ଷକ ମାନଙ୍କ ବିରୋଧରେ ଖୁଣ୍ଟା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୂଳେ ଏକ ମାମଲା ରୁଜୁ କରା ଯାଇଥିଲା। ଉକ୍ତ ଘଟଣାକୁ ନେଇ ପ୍ରଥମେ ଉଦଳା ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ ଦେହ ବ୍ୟବଚ୍ଛେଦ ପରେ ମରଶରୀର ଥିବା ସ୍ୱର୍ଗ ରଥକୁ ଲୋକେ ଛାଡିନଥିଲେ। ଉପଜିଲାପାଳ, ଆଟିଡିଏର ସ୍ୱତନ୍ତ୍ର ଅଧିକାରୀ, କପ୍ତିପଦା ଏସଡିପିଓ ପ୍ରମୁଖ ପହଞ୍ଚି ବୁଝାସୁଝା କରିବା ପରେ ସ୍ୱର୍ଗରଥ ଗଡିଥିଲା। ସ୍ୱର୍ଗରଥ ମରଶରୀରକୁ ନେଇ ସ୍କୁଲ ସାମ୍ନାରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ମର ଶରୀରକୁ ଓହ୍ଲାଇବାକୁ ନଦେଇ ଖୋଲା ଆକାଶ ତଳେ ସାରା ରାତି ଜଗି ବସିଥିଲେ। ଫଳରେ ରାତି ଅନିଦ୍ରା ଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ୧୫ ତାରିଖ ଗୁରୁବାର ସକାଳେ ପୁନର୍ବାର ଗ୍ରାମବାସୀଙ୍କୁ ବୁଝା ସୁଝା କରିବାକୁ ପଡିଥିଲା। ସ୍ୱର୍ଗରଥ ଫେରିବା ପରେ ଗୁରୁବାରରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୫୦ରୁୁ ଅଧିକ ଛାତ୍ରୀ ବିଦ୍ୟାଳୟ ହଷ୍ଟେଲ ଛାଡି ଘରକୁ ଫେରିଯାଇଥିଲେ। ସେହିପରି କ୍ଷତି ପୂରଣ ଦାବି କରି ଖୁଣ୍ଟା ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୨୮ ତାରିଖରେ ରାଜପଥ ୧୯ରେ ଖୁଣ୍ଟା ଛକରେ ୫ଘଣ୍ଟା ଧରି ରାସ୍ତା ରୋକ କରାଯାଇଥିଲା। ଇନ୍ସପେକ୍ଟର ଶ୍ରୀ ବେହେରାଙ୍କୁ ମମତାର ଚିକିତ୍ସାରେ ଅବହେଳା ହୋଇଛିକି ବୋଲି ପଚାରିବାରୁ ଏବେ ଯାଞ୍ଚ ଚାଲିଥିବାରୁ ସେ ବାବଦରେ କିଛି କହିବା ସମ୍ଭବ ନୁହେଁ ବୋଲି କହିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories