www.samajalive.in
Sunday, December 7, 2025
26.1 C
Bhubaneswar

ସ୍ତ୍ରୀକୁ ହତ୍ୟା କରି ମୃତଦେହ ବକ୍ସଖଟରେ ପୂରାଇ ସ୍ବାମୀ ଫେରାର

ଚନ୍ଦାହାଣ୍ଡି  : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନ ହଳଦୀ ‌ଗାଁରେ ଘଟିଛି ଏକ ବର୍ବରୋଚିତ ଘଟଣା। ଦାମ୍ପତ୍ୟ କଳହ ଯୋଗୁଁ ବଳିପଡିଛି ପତ୍ନୀଙ୍କ ଜୀବନ। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ପ୍ରମାଣ ଲୁଚାଇବା ଲାଗି ଶବକୁ ବକ୍ସଖଟରେ ପୂରାଇ ଘରକୁ ବନ୍ଦ କରିବା ଏବଂ ଶିଶୁପୁତ୍ରକୁ ମାଆଙ୍କ ପାଖରେ ଛାଡି ପତ୍ନୀ ନିଖୋଜ ହୋଇଥିବା ବାହାନା କରି ତାଙ୍କୁ ଖୋଜିବା ଆଳରେ ଫେରାର ହୋଇଯିବା ଘଟଣା ନବରଙ୍ଗପୁର ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବନ୍ଦ କୋଠରିରୁ ସୋମବାର ପୁଲିସ ମୃତଦେହକୁ ଜବତ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।
ମିଳିଥିବା ପୁଲିସ ସୂଚନାନୁଯାୟୀ, ମୃତକ ହେଲେ ଅନିତା ସୋରି । ଅଭିଯୁକ୍ତ ସ୍ବାମୀ ଦୁଦର ସିଂ ମାଝୀ ଓରଫ ଦୁଷ୍ମନ୍ତ ବୋଲି ଜଣାପଡିଛି। ଚନ୍ଦାହାଣ୍ଡି ଥାନାରେ ଜ୍ବାଇଁ ଦୁଦରଙ୍କ ନାଁରେ ଝିଅର ବାପା କମଳାକାନ୍ତ ସୋରି ଲିଖିତ ଅଭିଯୋଗ କରିଛନ୍ତି। ହଳଦୀ ଗାଁର ଅଗେସିଂ ମାଝିଙ୍କ ପୁଅ ଦୁଦରସିଂଙ୍କୁ ଆଜକୁ ୩ ବର୍ଷ ତଳେ ପଡ଼ୋଶୀ ଛତିଶଗଡ଼ ଦେଭୋଗ ଥାନା ଅଧୀନ ଭତରାବାହାଲି ଗାଁର କମଳାକାନ୍ତଙ୍କ ଝିଅ ଅନିତା ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ବର୍ଷ ହସ ଖୁସିରେ କାଟିବା ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଦୁଦରସିଂ ବେଳେବେଳେ ମଦ୍ୟପାନ କରି ଅନିତାଙ୍କୁ ଗାଳିଗୁଲଜ ସହ ମାରପିଟ କରିଥାନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ୱାମୀ ଓ ସ୍ତ୍ରୀ ଗତ ୧୧ ତାରିଖରେ ଶ୍ବଶୁର ଘର ବୁଲିବାକୁ ଯାଇ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଶନିବାର ତାଙ୍କ ସ୍ତ୍ରୀ କୁଆଡ଼େ ଚାଲି ଯାଇଥିବା ଦୁଦର ସିଂ କହିଥିଲେ। ପରେ ଦେଢ଼ ବର୍ଷର ଛୁଆକୁ ଜେଜେ ମା’ ପାଖରେ ଛାଡି ସ୍ତ୍ରୀକୁ ଖୋଜିବାକୁ ଯାଉଛି ବୋଲି ଦୁଦର ସିଂ କହିଥିଲେ। ରବିବାର ଘରେ ତାଲା ପକାଇ ଦୁଦର ସିଂ ଫେରାର ହୋଇ ଯାଇଥିଲେ। ସୋମବାର ଘରୁ ଦୁର୍ଗନ୍ଧ ହେବାରୁ କିଛି ଲୋକ ସନ୍ଦେହ କରି ଅନିତାଙ୍କ ବାପା ଘରକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଘଟଣା ସମ୍ପର୍କରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉପସ୍ଥିତିରେ ଘର କବାଟ ଭାଙ୍ଗି ବାକ୍ସଖଟ ଭିତରୁ ଅନିତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଭବାନୀପାଟଣାରୁ ସାଇଣ୍ଟିଫିକ ଦଳ ଆସି ଘଟଣା ତଦନ୍ତ କରିଛି। ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ପତ୍ନୀଙ୍କୁ କିଭଳି ହତ୍ୟା କଲେ ଓ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଚନ୍ଦାହାଣ୍ଡି ଥାନା ଏସଆଇ ବିଜୁରାମ ବାଘ ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଝିଅ ଘର ଲୋକେ ଦାବି କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories