www.samajalive.in
Sunday, December 7, 2025
18.1 C
Bhubaneswar

ଅକ୍ଷୟ ତୃତୀୟା ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି ଜାରି ରହିଛି। ଗତ ଡିସେମ୍ବର ୧୭ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଚଳିତ ମାସ ଅକ୍ଷୟ ତୃତୀୟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ପ୍ରୟାସ ଜାରି ରହିଛି। ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାର ଆଗାମୀ ୧୦୦ ବର୍ଷ ପାଇଁ ସୁରକ୍ଷିତ ରହିପାରିବ। ବର୍ତ୍ତମାନ ଭିତର ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଭିତର ଓ ବାହାର ରତ୍ନ ଭଣ୍ଡାରକୁ ସଂଯୋଗ କରୁଥିବା ୫ଟି ଜରାଜୀର୍ଣ୍ଣ ବିମ୍‌କୁ ବଦଳାଯାଇ ଷ୍ଟିଲ୍‌ ବିମ୍‌ ଲଗାଯାଇଛି ବୋଲି ଜଷ୍ଟିସ୍‌ ରଥ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିରରେ ପର୍ବପର୍ବାଣି ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ପାଇଁ ଅନେକ ସମୟରେ ମରାମତି କାର୍ଯ୍ୟ ପ୍ରଭାବିତ ହେଉଛି। ପ୍ରତ୍ୟେକ ଦିନ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ପରେ ମରାମତି ପାଇଁ ମାତ୍ର ୩ରୁ ୪ଘଣ୍ଟା ସମୟ ମିଳି ପାରୁଛି। ଆସନ୍ତା ରଥଯାତ୍ରା ପୂର୍ବରୁ ସ୍ନାନପୂର୍ଣ୍ଣିମା ଓ ପଟିସେବା ସମୟରେ ଗୁରୁତ୍ୱପୂର୍ଣ୍ଣ ନୀତି ଯୋଗୁଁ ଶ୍ରୀମନ୍ଦିରରେ କୌଣସି ମରାମତି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ଚଳିତ ମାସ ୩୦ ଅର୍ଥାତ ଅକ୍ଷୟ ତୃତୀୟା ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଛି। ରତ୍ନଭଣ୍ଡାର ମରାମତି ପରେ ଅଳଙ୍କାର ଗଣତିମଣତି କରାଯିବ ବୋଲି ସୂଚନା ମିଳିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories