www.samajalive.in
Sunday, December 7, 2025
23.1 C
Bhubaneswar

ସାତକୋଶିଆରେ ଛଡାଗଲା ୭ ଗୋଟି ଘଡିଆଳ କୁମ୍ଭୀର

ହରଭଙ୍ଗା: ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୭ଗୋଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଛି । ସେଥିରେ ୫ଗୋଟି ମାଈ ଘଡିଆଳ ସହିତ ୨ ଗୋଟି ପୁରୁଷ ଘଡିଆଳ କୁମ୍ଭୀର ରହିଥିବା ସୂଚନା ମିଳିଛି। ସାତଗୋଟି ଘଡିଆଳ କୁମ୍ଭୀର ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୫ ଗୋଟି ଏବଂ ଅନୁଗୁଳ ଜିଲ୍ଲା ଟିକରପଡାସ୍ଥିତ ଘଡିଆଳ ସଂରକ୍ଷଣ ପ୍ରକଳ୍ପରୁ ଦୁଇଗୋଟି ଘଡିଆଳ କୁମ୍ଭୀରକୁ ପ୍ରାଣୀ ଉଦ୍ୟାନରୁ ଅଣାଯାଇ ସେମାନଙ୍କୁ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ପ୍ରାକୃତିକ ପରିବେଶରେ ଛଡାଯାଇଛି।
ପ୍ରାକୃତିକ ପରିବେଶରେ ସେମାନେ କିପରି ଚଳପ୍ରଚଳ କରୁଛନ୍ତି ସେ ଦିଗରେ ଅନୁଧ୍ୟାନ ପାଇଁ ସମସ୍ତ ଘଡିଆଳ ଲାଞ୍ଜରେ ଟ୍ରାନ୍ସମିଟର ଖଞ୍ଜା ଯାଇଛି। ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯିବା ସମୟରେ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା, ଅନୁଗୁଳ ଆରସିସିଏଫ ସୁଧାଂଶୁ ଶେଖର ଖୁରା, ବରିଷ୍ଠ ଉପଦେଷ୍ଟା ଡଃ ସୁଦର୍ଶନ ମହାରଣା, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଡଃମନୋଜ ଭି.ନାୟାର, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା, ଏସିଏଫ ଦେବୀପ୍ରସାଦ ରାଉତ, ଏସିଏଫ ସୁଦିପ୍ତି ମହାପାତ୍ର, ବାଓଲୋଜିଷ୍ଟ ଡଃ ରାଜେଶ କୁମାର ମହାପାତ୍ର, ରେଞ୍ଜ ଅଫିସର ସଂସାର ବର୍ଗିଆ ପ୍ରମୁଖ ଉପସ୍ଥିତ ଥିଲେ।

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଗ୍ରହଙ୍କ ଶୁଭ ସଂଯୋଗ: ଏହି ରାଶି କିଣିବେ ନୂଆ ଘର,ଗାଡି ହେବେ ମାଲାମାଲ୍‌, ରହିବନି ଚିନ୍ତା

- Advertisement -

 

ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ; ଏହି ଜିଲାକୁ ସତର୍କ ସୂଚନା ଜାରି

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories