କେନ୍ଦୁଝରଗଡ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ସହରରେ ଅବସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଥାନାଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ପୁରୁଣାବଜାରସ୍ଥିତ ଅନ୍ଧ ମୂକ ବଧିର ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପୂର୍ବତନ ଜିଲା ସଭାପତି ମାଧବ ସର୍ଦ୍ଦାରଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ଓକିଲ ସଂଘ ସଭାପତି ତଥା ୬ନଂ ନମ୍ୱର ଜିଲ୍ଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ମଞ୍ଚ ପରିଚାଳନା କରିଥିଲେ।
୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ, ହେବ ବିବାହ
ଏହି କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷା ସାଗରିକ ସାହୁ, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲାପରିଷଦ ସଦସ୍ୟ ଅରୁଣ ବାରିକ, ରଥ ମୁଣ୍ଡା, କ୍ଷିରୋଦିନୀ ମହାକୁଡ, ଝୁମ୍ପୁରା ବ୍ଲକ୍ ଅଧ୍ୟକ୍ଷା ମାଳତୀ ନାଏକ, ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରଭଞ୍ଜନ ପଟ୍ଟନାୟକ, ମୀନା ମାଝୀ, ସଦର ବ୍ଲକ୍ ସଭାପତି ଚକ୍ରଧର ପରିଡ଼ା, ଝୁମ୍ପରା ବ୍ଲକ୍ ସଭାପତି କପିଲ ଆନସାରୀ, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ବରିଷ୍ଠ ନେତା ଭରତ ପାତ୍ର, କୁନା ପଣ୍ଡା, ରକ୍ଷାକର ସାହୁ, କୈଳାସ ନାଏକ, ଅଜୟ ଘଡେ଼ଇ, ଯୁବ ନେତା ଦେବୁ ପଟ୍ଟନାୟକ, ଆଶିଷ ଆଚାର୍ଯ୍ୟ, ମୁନା ପାଣି, ପରେଶ୍ ପ୍ରଧାନ, ବାବୀ ପଟ୍ଟନାୟକ, ଟିକିନା ବ୍ରହ୍ମ, ରଞ୍ଜନ ବେହେରା, ତାପସ ଦେହୁରୀ, ବୁବୁ ସାହୁ, ଅରୁଣ ମନ୍ତ୍ରୀ, ପପୁ ଯାଦବ, ନାରୀନେତ୍ରୀ ପୁନମ କୁମାରୀ କେଜି କାକୋଳି କୁମୁରାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।



