www.samajalive.in
Tuesday, December 9, 2025
23.1 C
Bhubaneswar

ଓ୍ବାକଫ୍‌ ସଂଶୋଧନ ଆଇନ: ସରକାରଙ୍କୁ ୭ ଦିନ ସମୟ, ପରବର୍ତ୍ତୀ ଶୁଣାଣି ଯାଏ ହେବନି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ସାତ ଦିନ ସମୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ସ୍ଥିତାବସ୍ଥା ବଜାୟ ରହିବ। ମେ’ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ୱାକଫ୍‌ ସମ୍ପତ୍ତିକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କର ବର୍ତ୍ତମାନ ଅବସ୍ଥାରେ ସଂରକ୍ଷିତ ରଖିବାକୁ ପଡ଼ିବ। ଏହି ସମୟ ମଧ୍ୟରେ କୌଣସି ୱାକଫ୍ ବୋର୍ଡରେ ନୂତନ ନିଯୁକ୍ତି ଦିଆଯିବା ଉଚିତ୍ ନୁହେଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରାସଙ୍ଗିକ ଦଲିଲ ସହିତ ପ୍ରାରମ୍ଭିକ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ସାତ ଦିନ ସମୟ ଦିଆଯାଇଛି।

- Advertisement -

ୱାକଫ୍ ସଂଶୋଧନ ଆଇନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ୱାକଫ୍‌ ଆଇନରେ କିଛି ସକରାତ୍ମକ ଦିଗ ରହିଛି ଏବଂ ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମାମଲା ନ୍ୟାୟିକ ବିଚାରାଧୀନ ଥିବା ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଜଟିଳ କରାଯିବା ଉଚିତ୍ ନୁହେଁ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories