www.samajalive.in
Monday, December 8, 2025
14.1 C
Bhubaneswar

ଅଲିଭ ରିଡଲେଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବେଳାଭୂମିରେ ସ୍ୱେଚ୍ଛାସେବୀ ଦଳ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ବେଳାଭୂମିରେ ବର୍ତ୍ତମାନ ଅଣ୍ଡାରୁ ଜନ୍ମ ହେବା ପରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କିଛି କଇଁଛ ଶାବକ ବାଟମଣା ହୋଇ ଭୁଲ ସ୍ଥାନକୁ ଚାଲି ଯାଉଛନ୍ତି। ଅନ୍ୟ କିଛି ଜାଲରେ ଲାଗି ଓ ଓଲଟି ପଡି ଛଟପଟ ହେଉଛନ୍ତି। ଉକ୍ତ ଶାବକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସମୁଦ୍ର ଜଳରେ ଛାଡିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ବେଳାଭୂମିରେ ସ୍ୱେଚ୍ଛାସେବୀ ଦଳ ପହଞ୍ଚି ସୁରକ୍ଷା ପ୍ରଦାନ କରୁଛନ୍ତି। ସ୍ୱେଚ୍ଛାସେବୀ ଦଳ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦିଗଦର୍ଶନ ୟୁଥ କ୍ଳବ ଓ ତାରିଣିପଲି ଗ୍ରାମର ୟୁଥ ଫର ଭିଲେଜ ପକ୍ଷରୁ କଇଁଛ ଶାବକମାନଙ୍କ ସୁରକ୍ଷା ପାଇଁ ପ୍ରୟାସ କରାଯାଇଛି।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

- Advertisement -

ଦିଗଦର୍ଶନ ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ମହାକୁଡ଼, ସଭାପତି ଉମାକାନ୍ତ ବେହେରା, ୟୁଥ ଫର ଭିଲେଜ ସଭାପତି ଡ଼ି. ଦେବହରି ରେଡି, ଡ଼ି. ବ୍ରିଶାଙ୍କ ରେଡି, ରୁପାଲୀ ମହାପାତ୍ର, ମହାପ୍ରସାଦ ମହାପାତ୍ର, ସୁରଜ କୁମାର ପଣ୍ଡା, ବାସୁଦେବ ଗୌଡ଼, ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଡାକ୍ତରୀ ଛାତ୍ର ଡ଼କ୍ଟର ସୁଶିଲ କୁମାର ନାୟକ ପ୍ରମୁଖ ସ୍ୱେଚ୍ଛାସେବୀ ଭୋର ସମୟରୁ ବେଳାଭୂମିରେ ପ୍ଲାଷ୍ଟିକ୍‌ ପାତ୍ର ଧରି ପହଞ୍ଚିବା ସହ କଇଁଛ ଛୁଆ ଗୁଡିକୁ ସଂଗ୍ରହ କରି ସମୁଦ୍ର ଜଳରେ ସୁରକ୍ଷିତ ଭାବେ ଛାଡିବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେହିପରି ଭିୟୁଷ ଅନୁଷ୍ଠାନର କୋଡିନେଟର ଜେ. ଟିଟୁ ଓ ସ୍ୱେଚ୍ଛାସେବୀ ସି ଏଚ ପଦ୍ମିନୀଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାସେବୀ ଦଳ ଉକ୍ତ କଇଁଛ ଛୁଆମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories