www.samajalive.in
Sunday, December 7, 2025
18.1 C
Bhubaneswar

ମେଘାଳୟରେ ୬ ଲକ୍ଷ ଲୋକଙ୍କର ଆଧାର କାର୍ଡ ନାହିଁ, ସରକାରୀ ସୁବିଧାରୁ ବଞ୍ଚିତ ଅଭିଯୋଗ 

ଶିଲଂ: ଭାରତର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କର ଆଧାର କାର୍ଡ ନଥିବା ଜଣାପଡିଛି। ଫଳରେ ଏହି ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଇଷ୍ଟ ଖାସି ହିଲ୍‌ସ ଓ ୱେଷ୍ଟ ଗାରୋ ହିଲ୍‌ସ ଭଳି ଦୁଇଟି ଜିଲାରେ ୩.୨୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଆଧାର କାର୍ଡ କରିପାରିନାହାନ୍ତି।

ଏହି ଦୁଇଟି ଜିଲା​ରେ ଯଥାକ୍ରମେ ୭୫ ଓ ୮୩ ପ୍ରତିଶତ ଲୋକଙ୍କର ଆଧାର କାର୍ଡ କରାଯାଇଛି। ସୂଚନାଯୋଗ୍ୟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବାୟୋମେଟ୍ରିକ ବ୍ୟବସ୍ଥା ଏବଂ ବୟସ୍କଙ୍କ ଆଧାର କାର୍ଡ ଯାଞ୍ଚ ବ୍ୟବସ୍ଥା ପ୍ରସଙ୍ଗରେ ମେଘାଳୟ ସରକାରଙ୍କୁ ଦୁଇଟି ପୁରସ୍କାର ମିଳିସାରିଛି। ରାଜ୍ୟର କେତେକ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାକୁ ଯାଇ ଲୋକଙ୍କର ଆଧାର କାର୍ଡ ପ୍ରସ୍ତୁତ କରିିବା ନିହାତି କଷ୍ଟକର ହୋଇପଡୁଛି ବୋଲି ରାଜ୍ୟ ସରକାରଙ୍କ ନୋଡାଲ ଅଫିସର କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories