www.samajalive.in
Sunday, December 7, 2025
26.1 C
Bhubaneswar

ଲୁହ ପୋଛି ମୁହଁରେ ହସ ଫୁଟାଏ ‘ଉଜ୍ଜଳା’ : ଉମା ଭାରତୀ

-ଉଜ୍ଜଳା ସ୍ୱାଭିମାନ ଉତ୍ସବ, ୩୦ ଜିଲ୍ଲାର ୫୦ ହଜାର ହିତାଧିକାରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ
-ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି
-ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଂଚିସାରିଛି
-ରାଜ୍ୟ ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର : ମହିଳାଙ୍କ ବିକାଶ ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସରକାର ଅନେକ  ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି। ଉଜ୍ଜଳା ଯୋଜନା ସହ ଶୌଚାଳୟ ସୁବିଧା, ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା। ‘ଉଜ୍ଜଳା’- ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ବୋଲି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି । ମୋଦୀ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ଏକ ନମ୍ବର ସଫଳତମ ଯୋଜନା ବୋଲି ଓଡିଶାର ଉଜ୍ଜଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଏହି ଅବସରରେ ବିଭିନ୍ନ ଜିଲ୍ଲାର ଉଜ୍ଜଳା ଯୋଜନାର ହିତାଧିକାରୀମାନେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଘସିପୁରାର ଲାଭାର୍ଥୀ ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜଳା ଯୋଜନାର ପ୍ରଶସ୍ତିଗାନ କରିଥିଲେ। ସୋମବାର ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବ ତୃତୀୟ ସଂସ୍କରଣରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଦ୍ୱାରା ୫୦ ହଜାରରୁ ଊର୍ଦ୍ଧ୍ବ ଲାଭାର୍ଥୀ ମହିଳାମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଥିଲେ ଯେ ୨୦୧୪ରେ ଆମ ସରକାର ଦାୟିତ୍ୱକୁ ଆସିବା ପରେ ଆମେ ଦେଶରେ ଅନେକ କିଛି ପରିବର୍ତନ କରିଛୁ। ମାତ୍ର ଆଜି ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି। ସେମାନଙ୍କୁ ଲାଭ ମିଳିଥିବାରୁ ଆଜି ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠୀ ହୋଇଛନ୍ତି ବୋଲି ସେ କହିଛନ୍ତି। ଉମା ଭାରତୀ କହିଛନ୍ତି ଯେ ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା। ପ୍ରଧାନମନ୍ତ୍ରୀ ମୋଦି ନିଜ ମାଆଙ୍କ କଷ୍ଟକୁ ସ୍ମରଣ କରିବା ପରେ ଦେଶର ହଜାର ହଜାର ମାଆଙ୍କ କଷ୍ଟକୁ ମନେ ପକାଇ ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ। ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା। ମହିଳାଙ୍କୁ ଏହି ଯୋଜନା କେବଳ ଲାଭ ଦେଇନାହିଁ, ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମୋଦି ସରକାରଙ୍କ ବିନା ଏହା ସମ୍ଭବ ନଥିଲା ସେହିପରି ଉମା ଭାରତୀ କହିଛନ୍ତି ଯେ ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ ଯୋଜନା ହେଉଛି ଉଜ୍ଜଳା।

- Advertisement -

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଞ୍ଚି ସାରିଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ ରୁ ୨୦ ଜଣଙ୍କ ଘରେ ଏଲପିଜି ସଂଯୋଗ ନଥିଲା। ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି। ଓଡିଶାରେ ଗୋଟିଏ ମଧ୍ୟ ଗରିବ ଘର ରହିବ ନାହିଁ, ଯାହା ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଂଚିନଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଉମା ଭାରତୀ ଓଡିଶାର ହିଞ୍ଜିଳି, ଘସିପୁରା, ବାଲିଶଙ୍କରା, ମାହାଙ୍ଗା ଏବଂ ନବରଙ୍ଗପୁରର ଝରିଙ୍ଗାର ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଓଡିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡା ଗାଁର ନର୍ମଦା ମହାରଣା, କେନ୍ଦୁଝର ଘସିପୁରାର ବାଲିପାଳର ଅନିମାରାଣୀ ରାଉତ, ସୁନ୍ଦରଗଡ ବାଲିଶଙ୍କରାର କେତକୀ ଜନସେନା, କଟକ ମାହାଙ୍ଗାର ସୁକାନ୍ତି ଦାସ, ନୟାଗଡ କଞ୍ଚନବିଲିର ଜୟନ୍ତୀ ପାଣିଗ୍ରାହୀ ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁର ରତାଖଣ୍ଡିଗୁଡାର ସବିତା ସାହୁ ଉଜ୍ଜଳା ହିତାଧିକାରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

ଉଜ୍ଜଳା ଯୋଜନାର ଲାଭାର୍ଥୀମାନେ କହିଥିଲେ ଯେ ଗ୍ୟାସ ନଆସିବା ପୂର୍ବରୁ ସେମାନେ ଗଛ କାଟି, କାଠ ଜାଳି ଚୂଲି ମାଧ୍ୟମରେ ରୋଷେଇ କରୁଥିଲେ। ଏହାଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁିଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉ ଥିଲା। ମାତ୍ର ଉଜ୍ଜଳା ଯୋଜନାରେ ତାଙ୍କ ଘରକୁ ଗ୍ୟାସ ଆସିବା ପରେ ସେମାନେ ଏଥିରୁ ମୁକ୍ତ ହେବା ସହ ସମୟ ବଞ୍ଚାଇ ପାରୁଛନ୍ତି। ସେହି ସମୟରେ ସେମାନେ ପରିବାର ଲୋକଙ୍କ ଯତ୍ନ ନେବା ସହ ରୋଜଗାର ମଧ୍ୟ କରିପାରୁଛନ୍ତି। ଏବେ ପୁରୁଷଙ୍କ ଉପରେ ନିର୍ଭର ନକରି ସେମାନେ ନିଜେ ନିଜେ ରୋଜଗାର କରିପାରୁଥିବା ଲାଭାର୍ଥୀମାନେ ପ୍ରକାଶ କରିଥିଲେ। ଅନ୍ୟ ଜଣେ ଲାଭାର୍ଥୀ ଉଜ୍ଜଳା ଯୋଜନା ଉପରେ ପ୍ରସ୍ତୁତ ନିଜର ଗୀତକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ପରିବେଷଣ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories