www.samajalive.in
Sunday, December 7, 2025
26.1 C
Bhubaneswar

ବିବାହ ନିମନ୍ତ୍ରଣ ପତ୍ରରେ ଉପହାର ବଦଳରେ ମୋଦୀଙ୍କ ପାଇଁ ଭୋଟ୍‌ ମାଗିଲେ ବର

ହାଇଦ୍ରାବାଦ ..- ହାଇଦ୍ରାବାଦ ଏବେ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜଧାନୀ । ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡୁଙ୍କର ଶାସନ ଚାଲିଥିବା ବେଲେ ତେଙ୍ଗାନାରେ ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ମୁଖ୍ୟମନ୍ତ୍ରୀ । ଉଭୟ ଏବେ ବିଜେପିର ବିରୋଧି । ହେଲେ ଏହି ଦୁଇ ରାଜ୍ୟର ରାଜଧାନୀ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ବିବାହ ନିମନ୍ତ୍ରଣ ପତ୍ରରେ ବର ଉପହାର ବଦଳରେ ୨୦୧୯ରେ ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ହାଇଦ୍ରାବଦରେ ୨୭ ବର୍ଷିୟ ୟାନ୍ଦେ ମୁକେଶ ରାଓ  ବିବାହ କରିଛନ୍ତି ।  ବିବାହ  ନିମନ୍ତ୍ରଣ ପତ୍ରରେ ସେ ଉପହାର ନଆଣି  ଏହି ଅର୍ଥକୁ ଦାନ ଦେବା ପାଇଁ ନିବେଦନ କରିବା ସହ ମୋଦୀଙ୍କୁ ଭୋଟ୍‌ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ସେ ତେଲେଙ୍ଗାନା ବିଦ୍ୟୁତ ବିଭାଗରେ ଯନ୍ତ୍ରୀ ଭାବେ କାମ କରିନ୍ତି । ମୋଦୀଙ୍କର ସେ ଜଣେ ବଡ ପ୍ରଶଂସକ । ହିନ୍ଦୁସ୍ତାନ ଟାଇମସ୍‌ରେ ଏହି ଖବର ପ୍ରକାଶ ପାଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories