www.samajalive.in
Sunday, December 7, 2025
23.1 C
Bhubaneswar

ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଶିଶୁ; ତଦନ୍ତ ଜାରି ରହିଛି କହିଲେ ପୁଲିସ କମିଶନର

ଭୁବନେଶ୍ୱର : ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଭୁବନେଶ୍ୱରରୁ ଅପହୃତ କୁନି ଶିଶୁ । ଦୀର୍ଘ ୫୦ ଘଣ୍ଟା ପରେ ମାଆ କୋଳକୁ ଫେରିଲା । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାଆକୁ ଛୁଆ ହସ୍ତାନ୍ତର କରାଯାଇଛି । ଛୁଆକୁ ପାଇବା ପରେ ମାଆ ଭାବବିହ୍ୱଳ ହେବା ସହ ପ୍ରଭୁ ଶ୍ରୀରାମଙ୍କ କୃପାରୁ ଛୁଆ ଫେରି ପାଇଲି ବୋଲି କହିଛନ୍ତି । ପୁଲିସ, ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଏହି ଘଟଣାରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କେଦାରସନ ପଣ୍ଡା ପୁରୀରୁ ଗିରଫ ହୋଇଛି । କେଦାର ନାଁରେ ପୂର୍ବରୁ ୩ଟି ଚୋରି ମାମଲା ରହିଛି । ଆଉ ଜଣେ ମହିଳା ସମ୍ପୃକ୍ତ ମାମଲାରେ ଅଟକ ରହିଛନ୍ତି । ୨ ଜଣ ବାଇକ୍‌ ଆରୋହୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇ ନାହିଁ । ମହିଳା ଜଣକ କାହିଁକି ପିଲାକୁ ନେଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ଆଡପ୍ଟ ପାଇଁ ନା ବିକ୍ରି ପାଇଁ ପିଲା ନେଇଥିଲେ, ତାହାର ତଦନ୍ତ ଜାରି ରହିଛି । ଯେଉଁ ମହିଳାଙ୍କ ଠାରୁ ପିଲା ମିଳିଛି, ତାଙ୍କର ଏକ ରୁଗ୍‌ଣ ପିଲା ରହିଛି । ସ୍ପର୍ଶକାତର ବିଷୟ ଥିଲା, ୪ଟି ଟିମ୍‌ ତଦନ୍ତ କରିଥିଲୁ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

- Advertisement -

ଅନ୍ୟ ପଟେ ଧରାପଡିବା ପରେ ପିଲାକୁ ପାଳିବାକୁ ନେଇଥିଲି ବୋଲି କହିଲେ ଅପହରଣକାରୀ । ମହିଳା ଜଣକ ପ୍ରରୋଚନାରେ ନେଇଥିଲି । ମାତ୍ର ଟଙ୍କା ନେଣ ଦେଣ କଥାକୁ ସେ ଅସ୍ୱୀକାର କରିଛନ୍ତି ।

ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି.. 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories