www.samajalive.in
Sunday, December 7, 2025
23.1 C
Bhubaneswar

ଅଙ୍ଗନବାଡିଙ୍କ ବହିଷ୍କାର ଦାବି କଲେ ଗ୍ରାମବାସୀ

କଲମପୁର : ଜନୈକା ଅଙ୍ଗନବାଡି କର୍ମୀ ଜଣେ ଜନୈକ ୱାର୍ଡମେମ୍ବରଙ୍କୁ ଏକ ସଭା ମଧ୍ୟରେ ମାଡ ମାରିବା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷରୁ ପୁଲିସର ଦ୍ୱାରସ୍ଥ ହେଇଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ଦାବି ନେଇ ଜିଲାପାଳ ଓ ଉପଜିଲାପଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଗତ ୮ ତାରିଖ ଦିନ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୁଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ପ୍ରେଡ ନାମକ ଏକ ସଂସ୍ଥା ତରଫରୁ ସାମାଜିକ ସମୀକ୍ଷା ନେଇ ଏକ ଗ୍ରାମ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସ୍ପ୍ରେଡ ସଂସ୍ଥାର ସଂଯୋଜକ ଜଗଦିଶ୍ୱର ନାଏକ ସଭା ପରି•ଳନା କରୁୁଥିଲେ। ଏହି ସଭାରେ ଗୁଣପୁର ପଞ୍ଚାୟତ ୬ ନମ୍ବର ୱାର୍ଡମେମ୍ବର ଘାସିରାମ ନାଏକ ନିଜ ବକ୍ତବ୍ୟ ରଖିଥିଲେ। ତାଙ୍କ ବକ୍ତବ୍ୟରେ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର କର୍ମୀ ସୀତୟା ନାଏକ କାର୍ଯ୍ୟରେ ଅବହେଳା କରୁଥିବା ସମ୍ବନ୍ଧରେ କହିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ଅଙ୍ଗନବାଡି କର୍ମୀ ସୀତୟା ନାଏକ ମଞ୍ଚ ଉପରକୁ ଉଠିଯାଇ ୱାର୍ଡମେମ୍ବର ଘାସିରାମଙ୍କୁ ମାଡ ମାରିଥିଲେ। ଏନେଇ ଉଭୟ ପକ୍ଷରୁ ଗୁଣପୁର ଠାରେ ଥିବା କର୍ଲାପାଟ ପୁଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ କାହ୍ନୁ ଚରଣ ପଣ୍ଡା ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଥୁଆମୁଳ ରାମପୁର ଥାନାକୁ ପଞ୍ଜିକରଣ ପାଇଁ ପଠାଇଥିଲେ। ବର୍ତମାନ ଘଟଣାର ତଦନ୍ତ ଜାରି ରହିଥିବା ଅଙ୍ଗନବାଡି କର୍ମୀ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଦର୍ଶାଇ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ଦାବି ନେଇ ଗ୍ରାମବାସୀ ଜିଲାପାଳ ଓ ଭବାନିପାଟଣା ଉପଜିଲାପାଳ ମିର୍ଦ୍ଧା ଟପୋଙ୍କ ଦ୍ୱାରସ୍ଥ ହେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories