www.samajalive.in
Tuesday, December 9, 2025
23.1 C
Bhubaneswar

ଗୁହାଳ ପାଲଟିଛି ମୁକ୍ତାକାଶ ଜିମ୍, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟାୟାମ ଉପକରଣ

ରାଜଗାଙ୍ଗପୁର : ଗୁହାଳ ପାଲଟିଛି ମୁକ୍ତାକାଶ ଜିମ୍। ଗାଈଗୋରୁ ବନ୍ଧା ହେଉଛନ୍ତି, ସବୁଆଡେ ଗୋବର ଓ ଆବର୍ଜନା। ସରକାରଙ୍କର ମୁକ୍ତାକାଶ ଜିମ୍ ଯୋଜନା ଏଠାରେ ପ୍ରହସନ ପାଲଟିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସହରରେ। ଲକ୍ଷ ଲକ୍ଷ ଟଙ୍କାର ଜିମ୍ ଉପକରଣ ଖତ ଖାଉଛି। ଅଥଚ ଯୋଜନା ଯାହାଙ୍କ ପାଇଁ ସେମାନେ ଏହାର ଲାଭ ପାଇପାରୁ ନାହାନ୍ତି। ଇତିମଧ୍ୟରେ ତିନି ବର୍ଷ ଅତିବାହିତ ହେଲାଣି। ବିଭାଗୀୟ ଅଧିକାରୀମାନଙ୍କର ନିଘା ନାହିଁ।

ସୂଚନା ଅନୁଯାୟୀ, ୨୦୨୨ ମସିହା ବିଜେଡି ସରକାରଙ୍କ ୫-ଟି ମୁକ୍ତାକାଶ ଯୋଜନାରେ ରାଜଗାଙ୍ଗପୁର ପୌରାଞ୍ଚଳର ପ୍ରାୟ ୧୦ଟି ୱାର୍ଡରେ, ୱାର୍ଡ ପିଛା ୬ରୁ ୭ ଲକ୍ଷ ଟଙ୍କା ବିନିମୟରେ ଏହି ମୁକ୍ତାକାଶ ଜିମ୍ ତିଆରି ହୋଇଥିଲା। ଏହି ଯୋଜନାରେ ୱାର୍ଡ ନମ୍ବର ୫ରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ଏକ ମୁକ୍ତାକାଶ ଜିମ୍ ସ୍ଥାପନ କରାଯାଇଥିଲା। ମାତ୍ର ଏହା ଗୋରୁ ଗୁହାଳରେ ପରିବର୍ତ୍ତିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ଲୋକେ ବ୍ୟାୟାମ କରିବା ପରିବର୍ତ୍ତେ ଗାଈ ଗୋରୁ ବନ୍ଧା ହେଉଥିବା ଦେଖିବାକୁ ମିଳିଛି। ଚାରି ଆଡେ ଗୋବର ପଡ଼ି ରହିଛି, ଜିମ୍ ପରିବେଶ ଦୂଷିତ ହେଉଛି। ଫଳରେ ଜିମ୍ କାର୍ଯ୍ୟକାରୀ ହେଇପାରୁନାହିଁ। ଆଖପାଖ ଅଞ୍ଚଳବାସୀ ଜିମ୍‌ର ଲାଭ ଉଠାଇ ପାରୁନାହାନ୍ତି। ରାଜଗାଙ୍ଗପୁର ପୌରପାଳିକା ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories