କାମାକ୍ଷାନଗର: କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଲୋକନାଥପୁର ଠାରୁ ବିରାଶାଳ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳରେ ଉନ୍ନତି ସକାଶେ ସରକାର ନେଉଥିବା ବିଭିର୍ନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ବିରାଶାଳ ଥରେ ଥିବା ପାଇଲଟ ଟ୍ରେନିଂ କେନ୍ଦ୍ରରେ ପ୍ରଶିକ୍ଷଣ ପାଇଁ ଏହି ରାସ୍ତାର ଗୁରୁତ୍ୱ ବଢିଛି। ତେଣୁ ଏହି ରାସ୍ତାର ଉନ୍ନତି ପାଇଁ ସାଢେ ୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି।
Popular Categories



