www.samajalive.in
Monday, December 8, 2025
14.1 C
Bhubaneswar

ଅନୁବାଦ, ସମ୍ପାଦନା ବିଧୀ ଓ ଜନଜାତି ଲୋକବିଦ୍ୟା ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର

କେନ୍ଦୁଝରଗଡ: ଧରଣୀଧର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ‘ଅନୁବାଦ, ସମ୍ପାଦନା ବିଧି ଓ ଜନଜାତି ଲୋକବିଦ୍ୟା’ ସମ୍ପର୍କିତ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁମନ୍ତ୍ର ନାଏକ ମଞ୍ଚ ପରିଚାଳନା ଦାୟିତ୍ଵ ନେଇଥିବା ବେଳେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସଭାପତିତ୍ଵ କରି ତାଙ୍କ ଅଭିଭାଷଣରେ ମତ ରଖିଥିଲେ ଯେ ଛାତ୍ରଛାତ୍ରୀମାନଙ୍କର କିପରି ବହି ପ୍ରତି ମୋହ କମି ଯାଉଛି ଏବଂ ଅନଲାଇନ ଉପରେ ବେଶୀ ନିର୍ଭରଶୀଳ ହେଉଛନ୍ତି। ସେହିପରି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ଼. ପ୍ରଭୁପ୍ରସାଦ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ଓ ପୁସ୍ତକ ଅଧ୍ୟୟନ ସମ୍ପର୍କରେ ତାଙ୍କ ମତ ରଖିଥିଲେ। ଏହାପରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନାରାୟଣ ସାହୁ ତାଙ୍କ ବକ୍ତବ୍ୟରେ ପୋଥି, ଖବରକାଗଜ, ରେଡ଼ିଓ, ଇଲେକ୍ଟ୍ରୋନିକ ମିଡ଼ିଆ କିପରି ସମ୍ପାଦନା କରାଯାଏ ସେ ସମ୍ପର୍କରେ ମତ ଦେବା ସହ ଏକ ସମ୍ପାଦନା କରିବା କେତେ କଷ୍ଟଦାୟକ ଏବଂ ଏଥିପାଇଁ ସମ୍ପାଦକଙ୍କୁ ଧୈର୍ଯ୍ୟ ଧରି କାର୍ଯ୍ୟକୁ ସଫଳ ଭାବେ ଶେଷ କରିବା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ତାଙ୍କ ପରେ ଅନ୍ୟତମ ଅତିଥି ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ପ୍ରତାପ କୁମାର ପଟ୍ଟନାୟକ ଓଡ଼ିଶାର ଜନଜାତି ଓ ଲୋକବିଦ୍ୟା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ଏହାସହିତ ଏଇ ଲୋକବିଦ୍ୟା ଶବ୍ଦଟି କିପରି ଓ କେଉଁଠାରୁ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ଜନଜାତି ର ଲୋକମାନଙ୍କ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ।

ଅନ୍ୟତମ ଅତିଥି ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର ମନୋରଂଜନ ପ୍ରଧାନ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ ଅନୁବାଦ କଣ, ଏହା କାହିଁକି କରାଯିବ ଏବଂ କାହାର ଅନୁବାଦ କରାଯାଏ। ଏହାସହିତ ସେ ଅନୁବାଦର ସଂଜ୍ଞା ସମ୍ପର୍କରେ କହିଥିଲେ ଯେ ଯେଉଁ ଭାଷାରେ ରଚନା ହୋଇଛି, ତାହା ଅନ୍ୟ ଭାଷାରେ ରଚନା କରିବା ହେଉଛି ଅନୁବାଦ। ଧରଣୀଧର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ଶୁଭସ୍ମିତା ସାହୁ ପୋଥି ସମ୍ପାଦନା ନାମକ ଏକ ନିବନ୍ଧ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଡ. ଜ୍ୟୋତି କିଶୋର ମହାନ୍ତ ତାଙ୍କ ଭାଷଣରେ ଅନୁବାଦ କଳା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ଏବଂ ଅଧ୍ୟାପକ ଆକାଲୁ ପୃଷ୍ଟି ଆଲୋଚ୍ୟ ବିଷୟ ସମ୍ଵନ୍ଧରେ ନିଜର ମତାମତ ଉପସ୍ଥାପନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories