www.samajalive.in
Tuesday, December 9, 2025
16.1 C
Bhubaneswar

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ

ଛତ୍ରପୁର:  ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ମେଡିକାଲକୁ ଆସିଥିବା କୌଣସି ରୋଗୀଙ୍କୁ ଦେଖୁନାହାନ୍ତି ଡାକ୍ତର। ଯାହାଫଳରେ ରୋଗୀମାନେ ନିରାଶରେ ଫେରୁଛନ୍ତି । ଗତକାଲି ରାତିରେ ଡାକ୍ତର ଏବଂ ଜଣେ ମେଡିକାଲ ଷ୍ଟାପଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ଘଟିଥିବାରୁ ଆଜିଠୁ ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀ ମାନଙ୍କୁ ଦେଖୁନାହାନ୍ତି ।  ଗତକାଲି ରାତିରେ ରମ୍ଭା ବୋରିଗାଁ ର ସୋମାରଥି ନାହାକ ଗୁରୁତର ଥିବାରୁ ଡାକ୍ତର ଜଣକ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ। ହେଲେ ଉପସ୍ଥିତ ଥିବା ମେଡିକାଲ ଗାଡି ଚାଳକ ଜଣକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କହିବା ସହ ଡାକ୍ତର ସହ ପାଟିତୁଣ୍ଡ କରିଥିଲେ।  ଏବଂ ମେଡିକାଲ ଗାଡି ରେ ବ୍ରହ୍ମପୁର ନେବା ପାଇଁ ମନା କରିଥିଲେ । ଶେଷରେ ଡାକ୍ତର ଜଣକ ଏକ ଘରୋଇ ଗାଡି କରି ଉକ୍ତ ଗୁରୁତର ରୋଗୀ କୁ ବ୍ରହ୍ମପୁର ପଠାଇଥିଲେ।  ବ୍ରହ୍ମପୁର ରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀ ଙ୍କ ମୃତ୍ୟୁ ହୋଇଥିଲା। କର୍ମଚାରୀ ଜଣକ ଡାକ୍ତର ଙ୍କୁ ଦୁବ୍ୟବହାର କରିଥିବାରୁ ଗତକାଲି ରାତିରୁ ଏଯାବତ ଡାକ୍ତରମାନେ ରୋଗୀ ଙ୍କୁ ଦେଖୁନାହାନ୍ତି । ତେଵେ ଡାକ୍ତର ଓ କର୍ମଚାରୀ ଙ୍କ କଳି ଭିତରେ ଏବେ ରୋଗୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories