www.samajalive.in
Sunday, December 7, 2025
13.1 C
Bhubaneswar

ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକକୁ ତୋଫାନୀ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‍ଠାରେ ୧ ଦଶମିକ ୩୩ ମିଲିୟନ୍‍ ମେଟ୍ରିକ୍‍ ଟନ୍‍ କ୍ଷମତାବିଶିଷ୍ଟ ଷ୍ଟ୍ରାଟେଜିକ୍‍ ପେଟ୍ରୋଲିୟମ୍‍ ରିଜର୍ଭ (ଏସ୍‍ପିଆର୍‍)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶର କୃଷ୍ଣା-ଗୋଦାବରୀ (କେଜି) ଅଫସୋର ବେସିନରେ ଅବସ୍ଥିତ ଓଏନଜିସିର ବଶିଷ୍ଟ ଓ ଏସ ୧ ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେହିପରି କ୍ରିଷ୍ଣାପାଟନମଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଏକ ନୂତନ ଟର୍ମିନାଲ ପ୍ରତିଷ୍ଠା ହେବା ନେଇ ଶିଳାନ୍ୟାସ ରଖିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ଏହାର ପଡୋଶୀ ରାଜ୍ୟମାନଙ୍କରେ ଗ୍ୟାସ ଆଧାରିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ଏହି ପ୍ରକଳ୍ପ ସହାୟକ ହେବ ।
ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଏହି ପ୍ରକଳ୍ପ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୁହେଁ; ବରଂ ସମଗ୍ର ଦେଶରେ ଶକ୍ତି ଚାହିଦା ମେଣ୍ଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଜେପି ଏବଂ ଟିଡିପିର ମେଣ୍ଟ ଭାଙ୍ଗିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଆନ୍ଧ୍ର ପ୍ରଦେଶ ଗସ୍ତ। ତେବେ ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ବର୍ଷିଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଦ୍ର ପ୍ରଦେଶର ଗରୀବଙ୍କ ପାଇଁ ନୂତନ ଯୋଜନା ଚଳାଇବାକୁ ପ୍ରତିଜ୍ଞା କରିଥିଲେ । କିନ୍ତୁ ମୋଦୀ ଏହି ଯୋଜନାକୁ ଚୁଡାନ୍ତ ରୂପ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚନ୍ଦ୍ରବାବୁ ଜନତାଙ୍କ ଟଙ୍କାରେ ନିଜ ଟ୍ରେଜରୀ ଭରୁଛନ୍ତି ସେ ଅଭିଯୋଗ କରିଛନ୍ତି । ଆଜି ମହା ଅପମିଶ୍ରଣ ମେଣ୍ଟ ବା ମହାମେଣ୍ଟରେ ଏଠାକାର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । କିନ୍ତୁ ଚୌକିଦାର ତାଙ୍କର ନିଦ ହଜେଇ ଦେବ ବୋଲି । ୨୦୧୪ରେ ଆମ ସରକାର ଆସିବା ପରେ କେନ୍ଦ୍ର ଆନ୍ଧ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦେଇଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ବୋଲି ମୋଦୀ ଅଭିଯୋଗ କରିଛନ୍ତି ।
ପରେ ସେ ତାମିଲ୍‍ନାଡ଼ୁର ତିରୁପ୍ପୁର ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ ତ୍ରିପ୍ପୁରଠାରେ ଇଏସଆଇସି ହସପିଟାଲର ଶିଳାନ୍ୟାସ ରଖିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ ତଥା ଦେଶୀୟ ଶୈଳୀରେ ନିର୍ମିତ ଏହି ମେଡିକାଲ ଇଏସଆଇ ଆଇନ ଅନ୍ତର୍ଭୁକ୍ତ ତିରୁପ୍ପୁର ତଥା ଏହାର ଆଖପାଖ ଅଞ୍ଚଳର ଏକ ଲକ୍ଷରୁ ଉର୍ଦ୍ଧ୍ଵକର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ କରିବ । ତ୍ରିଚି ବିମାନବନ୍ଦରରେ ଏକ ନୂତନ ସମନ୍ୱିତ ଅଟ୍ଟାଳିକା ଏବଂ ଚେନ୍ନାଇ ବିମାନବନ୍ଦରର ଅତ୍ୟାଧୁନୀକରଣ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ରଖିଛନ୍ତି । ସେ ଚେନ୍ନାଇଠାରେ ଇଏସଆଇସି ହସପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦେଶୀୟ ଶୈଳୀରେ ନିର୍ମିତ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ବିଶିଷ୍ଟ ଏହି ୪୭୦ ଶଯ୍ୟା ବିଶିଷ୍ଟ ହସପିଟାଲ ସମସ୍ତ ବିଭାଗରେ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବ ।
ଏହି ଅବସରରେ ବିପିସିଏଲର ଏନ୍ନୋର କୋଷ୍ଟାଲ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ।
ଚେନ୍ନାଇ ବନ୍ଦରରୁ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ସିପିସିଏଲ)ର ମନାଲି ବିଶୋଧନାଗାର ପର୍ୟ୍ୟନ୍ତ ଅଶୋଧିତ ତୈଳ ପାଇପଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିଛନ୍ତି । ଉନ୍ନତ ନିରାପତ୍ତା ବ୍ୟବସ୍ଥା ସହିତ ନିର୍ମିତ ଏହି ପାଇପଲାଇନ ଅଶୋଧିତ ତୈଳର ନିରାପଦ ଏବଂ ବିଶ୍ୱସନୀୟ ଯୋଗାଣକୁ ନିଶ୍ଚିତ କରିବ ଏବଂ ତାମିଲନାଡୁ ତଥା ପଡୋଶୀ ରାଜ୍ୟମାନଙ୍କର ଆବଶ୍ୟକତାକୁ ପୂରଣ କରିବ ।
ଏଜି-ଡିଏମଏସ ମେଟ୍ରୋ ଷ୍ଟେସନରୁ ୱାସରମେନପେଟ ମେଟ୍ରୋ ଷ୍ଟେସନ ପର୍ୟ୍ୟନ୍ତ ଚେନ୍ନାଇ ମେଟ୍ରୋର ଏକ ବିଭାଗ ଭାବେ ପାସେଞ୍ଜର ସେବାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ୧୦ କିଲୋମିଟର ଦୀର୍ଘର ଚେନ୍ନାଇ ମେଟ୍ରୋର ପ୍ରଥମ ଦଫାର ଏହା ଏକ ଅଂଶବିଶେଷ ।
ଏହାପରେ ସେ କର୍ଣ୍ଣାଟକର ହୁବଲି ଗସ୍ତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories