www.samajalive.in
Sunday, December 7, 2025
26.1 C
Bhubaneswar

ଟିଏମସି ବିଧାୟକଙ୍କୁ ହତ୍ୟା

କଲକାତା: ତୃଣମୂଳ କଂଗ୍ରେସ ନେତା ତଥା କ୍ରିଷ୍ଣଗଞ୍ଜ ବିଧାୟକ ସତ୍ୟଜିତ ବିଶ୍ୱାସ ଆତତାୟୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଟିଏମ୍‍ସି ପକ୍ଷରୁ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସରସ୍ୱତୀ ପୂଜା ପାଇଁ ଆୟୋଜିତ ଏକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଫୁଲବାରୀଠାରେ ଆତତାୟୀମାନେ ଖୁବ୍‍ ନିକଟରୁ ତାଙ୍କୁ ଗୁଳି କରିଥିଲେ। ଏଥିରେ ବିଜେପି କର୍ମକର୍ତ୍ତାଙ୍କ ହାତ ଥିବା ଟିଏମ୍‍ସି ନେତା ତଥା ଜିଲା ସଭାପତି ଗୌରୀ ଶଙ୍କର ଦତ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସତ୍ୟଜିତ୍‍ଙ୍କ ପ୍ରତି ମାଟୁଆ ସଂଘର ଦୃଢ଼ ସମର୍ଥନ ଥିଲା। ବିଜେପି ମାଟୁଆ ସଂଘର ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ପରେ ଉପରୋକ୍ତ ପଦକ୍ଷେପ ନେଇଛି। ଅପରପକ୍ଷରେ ବିଜେପି ଜିଲ୍ଲା ସଭାପତି ଦିଲ୍ଲୀପ ଘୋଷ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories