www.samajalive.in
Monday, December 8, 2025
16.1 C
Bhubaneswar

ଜାଣନ୍ତୁ, ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି ପୂଜା କରାଯାଏ !

ବସନ୍ତ ପଞ୍ଚମୀର ପୌରାଣିକ କଥା ଅନୁଯାୟୀ, ସୃଷ୍ଟିକର୍ତ୍ତା ବ୍ରହ୍ମା ପୃଥିବୀରେ ଜୀବଜନ୍ତୁ ଓ ମନୁଷ୍ୟର ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ । ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଅନୁମତି କ୍ରମେ ବ୍ରହ୍ମା ନିଜ କମଣ୍ଡଳରୁ ଜଳ ନେଇ ପୃଥିବୀ ପୃଷ୍ଠରେ ଛିଞ୍ଚି ଥିଲେ । ସେଥିରୁ ବୀଣାଧାରୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ ।

ମା’ଙ୍କର ଗୋଟିଏ ହାତରେ ବୀଣା ରହିଥିବା ବେଳେ ଅନ୍ୟ ହାତଟି ମୁଦ୍ରା ଢଙ୍ଗରେ ରହିଥିଲା । ସେହିପରି ଅନ୍ୟ ଦୁଇ ହାତରେ ପୁସ୍ତକ ଓ ମାଳା ଥିଲା । ମା’ ସରସ୍ବତୀ ବୀଣା ବାଦନରେ ସମଗ୍ର ବିଶ୍ବର ଜୀବଙ୍କ ବାଣୀ ପ୍ରାପ୍ତ ହୋଇଥିଲା ।

- Advertisement -

ମା’ ସରସ୍ବତୀ ଜୀବଙ୍କୁ ବାଣୀ ଦେବା ସହ ବୁଦ୍ଧି ଓ ବିଦ୍ୟା ମଧ୍ୟ ଦେଇଥିଲେ । ତେଣୁ ମା’ ସରସ୍ବତୀଙ୍କୁ ବୁଦ୍ଧି ଓ ବିଦ୍ୟାର ଦେବୀ କୁହାଯାଏ । ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ମା’ ସରସ୍ବତୀଙ୍କ ଜନ୍ମ ଦିବସ କୁହାଯାଏ । ତେଣୁ ଏହି ଦିନ ତାଙ୍କର ପୂଜା ଆରାଧନା କରାଯାଏ ।

ସରସ୍ବତୀଙ୍କୁ ବଗୀଶ୍ବରୀ, ଭଗବତୀ, ଶାରଦା, ବୀଣାବାଦନୀ ଏବଂ ବାଗ୍ଦେବୀ ବ୍ୟତୀତ ଅନ୍ୟ ନାମରେ ମଧ୍ୟ ପୂଜା କରାଯାଏ । ସଙ୍ଗୀତର ଉତ୍ପତ୍ତି କରିବା କାରଣରୁ ତାଙ୍କୁ ସଙ୍ଗୀତର ଦେବୀ କୁହାଯାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories