www.samajalive.in
Sunday, December 7, 2025
26.1 C
Bhubaneswar

ଦିନାଡ଼ିଆରେ ୪ ଜଣଙ୍କୁ ହତ୍ୟା ଘଟଣା ; ୩ଜଣଙ୍କୁ ଆଜୀବନ ଜେଲ

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା ଘଟଣାରେ ନିମାପଡ଼ାର ଏଡ଼ିଜେ କୋର୍ଟ ଶୁକ୍ରବାର ତିନିଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସମ୍ପତ୍ତି ଲୋଭରେ ଦିନବନ୍ଧୁ ମଲ୍ଲିକଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରହିମ ଖାନ ,ତାଙ୍କ ପତ୍ନୀ ଆଇସା ବେଗମ ଫକୀର ମଲ୍ଲିକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ମାମଲାର ଶୁଣାଣି କରି ଅଦାଲତ ୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ଅବସର ପ୍ରାପ୍ତ ଡ଼ିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ନିର୍ମଳା ,୧୨ ବର୍ଷର ଝିଅ ସାସ୍ୱତୀ ଓ ଚାରି ବର୍ଷର ଝିଅ ପ୍ରଣତିକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣା ସେତେବେଳେ  ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ ଖାନ ,ତାଙ୍କ ପତ୍ନୀ ଆଇସା ବେଗମ ଓ ମୃତ ଦିନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଗିରଫ କରିଥିଲା ପୋଲିସ ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories