www.samajalive.in
Sunday, December 7, 2025
14.1 C
Bhubaneswar

ବିଷାକ୍ତ ମଦ ପିଇ ୨ ରାଜ୍ୟରେ ୩୮ ମୃତ

ଲକ୍ଷ୍ନୌ : ବିଷାକ୍ତ ମଦପାନ କରି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ​‌େ​‌ର ଶୁକ୍ରବାର ସୁଦ୍ଧା ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୬ ଜଣ ଉତ୍ତରପ୍ରଦେଶର ସାହାରନପୁର, ୧୦ ଜଣ କୁଶିନଗରର ଓ ୧୨ ଜଣ ଉତ୍ତରାଖଣ୍ଡର ହରିଦ୍ବାର ନିବାସୀ ବୋଲି ଜଣାପଡିଛି। ଅନେକ ଲୋକ ଏହି ବିଷାକ୍ତ ମଦ୍ୟପାନ କରି ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଘାତିକ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସାହାରନପୁର ଅନ୍ତର୍ଗତ ଉମାହି ଗ୍ରାମରେ ୫ ଜଣ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ପରେ ସର୍ବତପୁର ଗ୍ରାମର ୩ ଜଣ ଲୋକଙ୍କ ସମେତ ରାଜ୍ୟରେ ଏଯାବତ ମୋଟ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଚିକିତ୍ସାଧିନ ଥିବା ଲୋକଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କୁଶିନଗର ଏବଂ ସାହାରନପୁର ଜିଲା ଅବକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ବିଷାକ୍ତମଦ ବ୍ୟବସାୟୀଙ୍କ ବିରୋଧରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ଏବଂ ପୁଲିସ ଅଧିକାରୀଙ୍କୁ ଯୋଗୀ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ ତିନିଦିନ ପୂର୍ବେ କୁଶିନଗରରେ ୧୦ ଜଣ ଲୋକଙ୍କର ବିଷାକ୍ତ ମଦପାନ ଯୋଗୁ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଜିଲା ପ୍ରଶାସନ ୯ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ୧୨ ଜଣ ଲୋକ ବିଷାକ୍ତମଦ ପିଇ ପ୍ରାଣ ହରାଇଥିବା ବେଳେ ୮ ଜଣ ଲୋକଙ୍କ ସ୍ବସ୍ଥ୍ୟାବସ୍ଥା ସାଙ୍ଘାତିକ ହୋଇପଡିଛି। ବିଭାଗୀୟ ଜଣେ ଅଧିକାରୀଙ୍କ ସୂଚନାନୁସାରେ ଗୁରୁବାର ରାତିରେ ଏକ ଅ​‌େ​‌ନ୍ତ୍ୟଷ୍ଟି ଶେଭାଯାତ୍ରା ବେଳେ ଏହି ଲୋକମାନେ ମଦପାନ କରିଥିଲେ। ଏହି ଘଟଣାରେ ୧୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ରାଜ୍ୟ ଉପଅବକାରୀ କମିସନର ଅର୍ଚ୍ଚନା ଗହରୱାର କହିଛନ୍ତି। ଏଥିସହିତ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories