www.samajalive.in
Sunday, December 7, 2025
14.1 C
Bhubaneswar

ମଶାବତୀ ଧୂଆଁ ଶରୀର ପାଇଁ କ୍ଷତିକାରକ

ଆପଣମାନେ ଘରେ ମଶାଙ୍କ ଠାରୁ ରକ୍ଷା ପାଇବା ପାଇଁ ମଶା ମାରିବା କଏଲ ବା ମଶାବତୀ ବ୍ୟବହାର କରୁଛନ୍ତି କି? ଯଦି ଆପଣ ଏପରି କରୁଥାଆନ୍ତି ତେବେ ଏହା ଅନେକ ରୋଗର ମୁଖ୍ୟ କାରଣ ହୋଇଥାଏ। ମଶାବତୀ ବିଷୟରେ କିଛି କଥା ରହିଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ତାହା ସତ ଅଟେ। ଗୋଟିଏ ମଶାବତୀ ୭୫ ରୁ ୧୦୦ଟି ସିଗାରେଟ ସହ ସମାନ। ଗୋଟିଏ ମଶାବତୀରୁ ଯେତିକି ପରିମାଣର ଧୂଆଁ ନିର୍ଗତ ହୋଇଥାଏ ପ୍ରାୟ ୭୫ ରୁ ୧୦୦ଟି ସିଗାରେଟରୁ ମୋଟ ସେତିକି ପରିମାଣର ଧୂଆଁ ବାହାରି ଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ମଶାବତୀରୁ ନିର୍ଗତ ହେଉଥିବା ଧୂଆଁ ଆମ ଶରୀରରେ ଅନେକ ରୋଗ ସୃଷ୍ଟି କରାଇଥାଏ।

ମଶାବତୀରେ କିଛି ଏପରି ତତ୍ତ୍ବ ରହିଛି ଯାହା ଆମ ଶରୀର ନିକଟରେ ପହଞ୍ଚି ଅଧିକ କ୍ଷତି କରାଇଥାଏ। ଏହି ଧୂଆଁ ଆମ ପରିବେଶର ବାତାବରଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ମଶାଙ୍କ ଠାରୁ ରକ୍ଷା ପାଇବା ପାଇଁ ମଶାବତୀ ବଦଳରେ ଅନ୍ୟ କିଛି ଉପାୟ ଆପଣେଇବା ଉଚିତ। ଆସନ୍ତୁ ଜାଣିବା ମଶାବତୀ ପ୍ରଭାବରେ କ’ଣ ରୋଗ ସୃଷ୍ଟି ହୋଇଥାଏ ..

- Advertisement -

ନିଶ୍ବାସପ୍ରଶ୍ବାସରେ ଅସୁବିଧା :

ଏକ ରିପୋର୍ଟରୁ ଜଣାପଡିଛି ଯେ, ଲଗାତର ଭାବେ ମଶାବତୀ ବ୍ୟବହାର କରିବା ଦ୍ବାରା ନିଶ୍ବାସପ୍ରଶ୍ବାସରେ ଅସୁବିଧା ହୋଇଥାଏ। ଏହାର ଅଧିକ ପ୍ରଭାବ ଫୁସଫୁସ ଉପରେ ପଡିଥାଏ।

ଆଜମା ହେବାର ସମ୍ଭାବନା :

ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଅଧିକ ସମୟ କୌଣସି ବ୍ୟକ୍ତି ମଶାବତୀର ସଂସ୍ପର୍ଶରେ ଆସିଥାଆନ୍ତି ତେବେ ତାଙ୍କର ଆଜମା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଏହାର ଅଧିକ ପ୍ରଭାବ ଛୋଟ ଛୁଆଙ୍କ ଉପରେ ମଧ୍ୟ ପଡିଥାଏ।

ଚର୍ମ ଓ ଆଖିରେ କୁପ୍ରଭାବ :

ମଶାବତୀରୁ ନିର୍ଗତ ହେଉଥିବା ଧୂଆଁ କେବଳ ନିଶ୍ବାସପ୍ରଶ୍ବାସରେ ନୁହେଁ ମନୁଷ୍ୟର ଚର୍ମ ଓ ଆଖି ଉପରେ ପ୍ରଭାବ ପକାଇଥାଏ। ଏହାଦ୍ବାରା ଆଖି ପୋଡିଥାଏ। ଚର୍ମ କୁଣ୍ଡାଇ ହୋଇଥାଏ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories