www.samajalive.in
Sunday, December 7, 2025
23.1 C
Bhubaneswar

ଷ୍ଟାରଲିଙ୍କର ଏଣ୍ଟ୍ରିକୁ ପ୍ରଥମେ ସ୍ଵାଗତ କଲେ, ପରେ ପୋଷ୍ଟ ଡିଲିଟ୍ କଲେ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ନିକଟରେ ଜିଓ ଏବଂ ଏୟାରଟେଲ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରଲିଙ୍କ ସାଟେଲାଇଟ୍‌ ସେବା ପାଇଁ ଚୁକ୍ତି କରିଛନ୍ତି, ଯାହାଦ୍ଵାରା ଭାରତରେ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ଲଞ୍ଚ୍‌ ହେବ। ଏହି ଚୁକ୍ତି ନେଇ ଘୋଷଣା ହେବାର ଗୋଟିଏ ଦିନ ପରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ଏକ ପୋଷ୍ଟ କରି ଷ୍ଟାରଲିଙ୍କ ସହ ଏହି ସହଭାଗିତାକୁ ସ୍ୱାଗତ କରିଥିଲେ, କିନ୍ତୁ କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରିଦେଇଛନ୍ତି। ସେ ଲେଖିଥିଲେ, ‘‘ଷ୍ଟାରଲିଙ୍କ, ଭାରତକୁ ସ୍ଵାଗତ!’’ ତେବେ କିଛି ସମୟ ପରେ ମନ୍ତ୍ରୀ ଏହି ପୋଷ୍ଟ ଡିଲିଟ୍‌ କରିଦେଇଛନ୍ତି। ବୈଷ୍ଣବ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଲେଖିଥିଲେ ଯେ, ‘‘ଏହି ସେବା ସୁଦୂର ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ହେବ।’’

ଭାରତରେ ଷ୍ଟାରଲିଙ୍କ ସେବା ଆରମ୍ଭ କରିବା ପାଇଁ ସ୍ପେସଏକ୍ସ ସରକାରୀ ଅନୁମୋଦନକୁ ଅପେକ୍ଷା କରିଛି, କିନ୍ତୁ ଏବେ ଆଇଟି ମନ୍ତ୍ରୀଙ୍କ ପୋଷ୍ଟ ଦେଖି ଆଶା କରାଯାଉଛି ଯେ, ଶୀଘ୍ର ଏହି ଅନୁମୋଦନ ମିଳିପାରେ। ଅପରପକ୍ଷେ ପୋଷ୍ଟ ଡିଲିଟ୍‌ କରିବା ମଧ୍ୟ କିଛି ଭିନ୍ନ ସଙ୍କେତ ଦେଉଛି ନିଶ୍ଚୟ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories