www.samajalive.in
Sunday, December 7, 2025
16.1 C
Bhubaneswar

ଦୋଳ ପାଇଁ ଆଜି ସଂସଦ ଅଧିବେଶନ ବନ୍ଦ

ନୂଆଦିଲ୍ଲୀ: ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗୁରୁବାର (ମାର୍ଚ୍ଚ ୧୩) ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ଅଧିବେଶନ ବନ୍ଦ ରହିବ। ଉଭୟ ଗୃହର ବିଜନେସ୍ ଆଡଭାଇଜରି କମିଟିର ନିଷ୍ପତ୍ତି କ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ହୋଲି ପାଇଁ ମାର୍ଚ୍ଚ ୧୪ ତାରିଖକୁ ପୂର୍ବରୁ ଛୁଟି ଘୋଷଣା କରାଯାଇଥିଲା। ତେଣୁ ମାର୍ଚ୍ଚ ୧୭ତାରିଖରେ ଉଭୟ ଗୃହର ଅଧିବେଶନ ପୁନର୍ବାର ଆରମ୍ଭ ହେବ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ କରାଯାଇଛି।
ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଛି। ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ୍ କାର୍ଯ୍ୟଦିବସରେ ମାର୍ଚ୍ଚ ୧୩ ତାରିଖ ଛୁଟି ନଥିଲା। ଏହି ଛୁଟି ଘୋଷଣା​‌ ହେବା ପରେ ବୁଧବାର ସାଂସଦମାନେ ସଂସଦ ପରିସରରେ ହୋଲି ଉତ୍ସବ ମନାଇବା ପୂର୍ବକ ପରସ୍ପରକୁ ରଙ୍ଗ ଲଗାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories