www.samajalive.in
Tuesday, December 9, 2025
19.1 C
Bhubaneswar

ଫାଇଲେରିଆ ରୋଗୀଙ୍କୁ ଏମଡିପି କିଟ୍ ବଣ୍ଟନ

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନା ଏବଂ ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଏନଏସିର ଚିହ୍ନିତ ଫାଇଲେରିଆ ରୋଗୀଙ୍କୁ ବୁଧବାର ଏମଡିପି କିଟ୍ ବଣ୍ଟନ କରାଯାଇଛି । ଆଠଗଡ ଏନ୍ଏସିର କନ୍ତୋଲ ଜଗନ୍ନାଥ ମଣ୍ଡପରେ ୪୪ ଜଣ ଏବଂ ଡାକ୍ତରଖାନାର ଫାଇଲେରିଆ କ୍ଲିନିକରେ ୬୩ ଜଣ ବାତଜ୍ଵର ଚିହ୍ନିତ ମୋଟ ୧୦୭ ଜଣ ରୋଗୀଙ୍କୁ ଏହି କିଟ୍ ବଣ୍ଟନ କରାଯାଇଛି।  ସେମାନଙ୍କୁ ଏହି କିଟର ବ୍ୟବହାର ଏବଂ ଲକ୍ଷଣ ଅନୁଯାୟୀ ଔଷଧ କିପରି ଖାଇବେ ସେ ବିଷୟରେ ବୁଝାଇବା ସହିତ ନିୟମିତ ବ୍ୟାୟାମ କରିବାକୁ ସଂପୃକ୍ତ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସହିତ ସ୍ଵାସ୍ଥ୍ଯକର୍ମୀ ରେଣୁବାଳା ଦାସ, ଶ୍ୱେତପଦ୍ମା ହରିଚନ୍ଦନ, ଶୁଭଲକ୍ଷ୍ମୀ ପ୍ରଧାନ, ସୌମେନ୍ଦ୍ର ମିଶ୍ର, ପିଏମଏସଏମ୍ ମାନସ ରଞ୍ଜନ ସାହୁ, ରୁବି ବାରିକ ଓ ଜାତୀୟ କୀଟବାହିତ ରୋଗ ପରିଦର୍ଶକ ବିଜୟ କୁମାର ବେଉରା ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କୁ କିଟ୍ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସଂଯୋଜକ ମହମ୍ମଦ୍ ଅସଲମ୍ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିସହିତ ୧୩ ଜଣ ହାଇଡ୍ରୋସିଲ୍ ରୋଗୀଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories