www.samajalive.in
Sunday, December 7, 2025
23.1 C
Bhubaneswar

ଆଶ୍ରୟ ଗୃହ ମାମଲା: ପାଟନାରୁ ଦିଲ୍ଲୀକୁ ସ୍ଥାନାନ୍ତର ହେଲା ମାମଲା

ନୂଆଦିଲ୍ଲୀ: ମୁଜଫରପୁର ଆଶ୍ରୟସ୍ଥଳ ମାମଲାରେ ସୁପ୍ରିମ କୋର୍ଟ ଶୁଣାଣି କରି ବିହାର ସରକାରଙ୍କ କାର୍ଯ୍ୟକାରିତାକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି। ଏପରିକି ପାଟନାରେ ଚାଲିଥିବା ଏହି ମାମଲାକୁ ତୁରନ୍ତ ଦିଲ୍ଲୀ ସାକେତ ସ୍ଥିତ ପୋସ୍କୋ କୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହା ସହ ୨ସପ୍ତାହ ମଧ୍ୟରେ ଉକ୍ତ ମାମଲାର ଶୁଣାଣି ଆରମ୍ଭ କରିବା ସହ ୬ମାସ ମଧ୍ୟରେ ମାମଲାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।
ସୁପ୍ରିମ କୋର୍ଟ ଏହି ନିର୍ଦେଶ ଦେବା ସହ ଅପରାହ୍ଣ ୨ଟା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ପ୍ରସ୍ତୁତ ହୋଇ କୋର୍ଟରେ ହାଜର ହେବାକୁ ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ସିବିଆଇକୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛି ସୁପ୍ରିମ କୋର୍ଟ। ଏପରିକି ସମ୍ପୂର୍ଣ୍ଣ ମାମଲା ଶେଷ ନହେବା ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କୁ ବଦଳି ନକରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories