www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରେ ବୁଲୁଛି ଦନ୍ତା, ସତର୍କ କଲା ବନ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌‌ସ ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି। ହାତୀଠୁ ଦୂରୋଇ ରହିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।

ଆଜି ସକାଳୁ ଭୁବନେଶ୍ୱର ଏମ୍‌‌ସ ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ଥିବା କିଛି ଲୋକ ଦେଖିଥିଲେ। ଏ ସମ୍ପର୍କରେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଜୁ ବଗିଚା ଭିତରେ ଦନ୍ତାହାତୀ ଫସି ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ହାତୀଟିକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ହାତୀଠୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରିଥିଲେ।

- Advertisement -

ଅପରପକ୍ଷରେ ହାତୀକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡ଼ାଇବା ସମ୍ଭବ ହୋଇନାହିଁ। ସନ୍ଧ୍ୟାରେ ହାତୀଟି କାଜୁ ବଗିଚାରୁ ବାହାରିବା ପରେ ଚନ୍ଦକା ଅଭୟାରଣ୍ୟକୁ ନିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories