www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମରେ ଦିନକ ପରେ ଦୋଳାଯାତ୍ରା, ସହରରେ ନାହିଁ ଭଲ ଶୌଚାଳୟ

ଗଞ୍ଜାମ : ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୋମବାର ଦିନ ଏକାଦଶୀ ଅବସରରେ  ପ୍ରତି ସାହି ଠାକୁର ନିଜ ନିଜ ସାହିରେ ପରିକ୍ରମା କରିବେ ଓ ଦ୍ଵାର ଭୋଗ ଖାଇବେ । ଯାହାକୁ ନେଇ ଗଞ୍ଜାମ ସହର ଏବେ ଚଳଚଞ୍ଚଳ ହୋଇଉଠିଛି । ଆଉ ଦିନକ ପରେ ସହରରେ ଦୋଳ ଯାତ୍ରା ଅଥଚ ଦୀର୍ଘ ଦିନ ହେଲା ସହର  ବାହାର ଆସୁଥିବା  ଲୋକଙ୍କ ପାଇଁ ଠିକଭାବେ ଶୌଚାଳୟ ଟିଏ ନାହିଁ । ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେବେ କିନ୍ତୁ ଆଦ୍ୟାବଧି ସେହି ସମସ୍ୟା ସମାଧାନ ହୋଇନି ।  ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ପକ୍ଷଙ୍କ ଆନ୍ତରିକତା ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ କିଛି ପଦକ୍ଷେପ ନିଆ ହୋଇନାହିଁ । ଯାହାଫଳରେ ଘୋର ଅସୁବିଧା ସମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଅନ୍ୟ ପଟେ ବିକାଶ ଡିଣ୍ଡିମ ପିଟୁଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତୃପକ୍ଷ କିନ୍ତ ସାଧାରଣ ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି। ଯାହାର ଏକ ନଗ୍ନ ନମୁନା ଏହି ଶୌଚାଳୟରୁ ହିଁ ଜଣାପଡୁଛି ।  ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଛି । ସୂଚନା ଯୋଗ୍ୟ ସହର ମଧ୍ୟରେ ଭଲ ଶୌଚାଳୟଟିଏ ନାହିଁ । ବିଶେଷ କରି ମହିଳା ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories