ଭୁବନେଶ୍ଵର: ଗତ ୫ ବର୍ଷରେ ସ୍କୁଲ ଓ କଲେଜରେ ୭୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସରକାରୀ, ବେସରକାରୀ ସ୍କୁଲ ଏବଂ କଲେଜରେ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମାନସିକ ଚାପ, ମାନସିକ ଅସନ୍ତୁଳନ, ସ୍କୁଲ ହଷ୍ଟେଲରେ ଫୋନ୍ ବ୍ୟବହାର କରିବାକୁ ମନା, ଶିକ୍ଷାଗତ ଚାପ, ବନ୍ଧୁମାନଙ୍କ ସହିତ ଭୁଲ ବୁଝାମଣା, ପ୍ରେମ ବ୍ୟାପାରରୁ ଉପୁଜିଥିବା ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିଥିବା ଅନେକ ଶିକ୍ଷାନୁଷ୍ଠାନ ଗୁଡିକ ମତ ଦେଇଛନ୍ତି।
Popular Categories



