www.samajalive.in
Monday, December 8, 2025
14.1 C
Bhubaneswar

ଜାନୁଆରୀ ଥିଲା ଅପରାଧର ମାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ । ଜାନୁଆରୀ ମାସରେ ୧୧୧ ହତ୍ୟା ଘଟଣା ଘଟିଥିବାବେଳେ ୨୦ ଡକାୟତି ଏବଂ ୧୫୦୯ଟି ଚୋରି ମାମଲା ରହିଛି। ୧୦୧ ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ ଟି ଅସଦାଚରଣ ମାମଲା ରହିଛି। ସେହିପରି ୭୯ଟି ଯୌନ ନିର୍ଯ୍ୟାତନା ମାମଲା ଏବଂ ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାରଣ ମାମଲା ଘଟିଛି। ଅନ୍ୟପଟେ ୨୦୨୪ ମସିହାରେ ୧୨୫୮ଟି  ହତ୍ୟା, ୩୫୬ଟି ଡକାୟତି ଏବଂ ୧୭୮୦୫ଟି ଚୋରି ମାମଲା ରହିଛି। ୧୪୭୧ ଦଙ୍ଗା, ୨୫୦୧ଟି ସାଇବର ଅପରାଧ, ୭୨୯୯ଟି ଅସଦାଚରଣ ମାମଲା ରହିଛି। ୧୦୮୨ ଯୌନ ନିର୍ଯ୍ୟାତନା ଓ ୧୮୩୯ଟି ସର୍ବସାଧାରଣରେ ଅସଦାଚରଣ ମାମଲା ରହିଥିବା ସୂଚନା ମିଳିଛି। ୧୧୧ଟି ଅଶ୍ଲୀଳ ଭିଡିଓ ଉତ୍ତୋଳନ ଏବଂ ୩୬୫ଟି ହଇରାଣ ମାମଲା ରୁଜ୍ଜୁ ହୋଇଛି। ଆଜି ଏ ନେଇ ବିଧାନସଭାରେ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories