www.samajalive.in
Sunday, December 7, 2025
14.1 C
Bhubaneswar

୧୧ରୁ କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ; ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

କଟକ: ଭାରତୀୟ ଅାଇନଜୀବୀ ପରିଷଦର ପ୍ରସ୍ତାବକ୍ରମେ ଆସନ୍ତା ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସମଗ୍ର ରାଜ୍ୟର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ବୁଧବାର ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଦାବି ଗ୍ରହଣ କରୁନଥିବାରୁ ରାଜ୍ୟ ଆଇନଜୀବୀ ପରିଷଦ ଏପରି ନିଷ୍ପତ୍ତି ନେଇ ପ୍ରତ୍ୟେକ ଆଇନଜୀବୀ ଓ ଓକିଲ ସଂଘକୁ ନିବେଦନ କରି କାର୍ଯ୍ୟରୁ ନିବୃତ୍ତ ରହି ଦାବିପତ୍ର ପ୍ରଦାନ କରିବା ପାଇଁ ନିବେଦନ କରିଛି।
ପ୍ରଧାନ ମନ୍ତ୍ରୀ ପୂର୍ବରୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିନାହାନ୍ତି ବୋଲି ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଓକିଲଙ୍କ ହିତ ପାଇଁ ୫ଦଫା ଦାବି ରହିଛି। ସମସ୍ତ ଆସୋସିଏସନ ଗୃହ ସହ ଅନ୍ୟାନ୍ୟ ସୁବିଧାସୁଯୋଗ, ଓକିଲଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବାର୍ଷିକ ୫ ହଜାର କୋଟିର ବ୍ୟୟ ବରାଦ, ନୂତନ ଭାବେ ଯୋଗଦେଉଥିବା ଓକିଲଙ୍କୁ ୫ବର୍ଷ ପାଇଁ ୧୦ହଜାର ଟଙ୍କାର ବୃତ୍ତି, ଓକିଲଙ୍କ ବାସଗୃହ ପାଇଁ ସରକାରୀ ଯୋଜନାରେ ଜମି ଯୋଗାଣ, ଅାଇନ ସହାୟତା ପ୍ରାଧିକରଣ ଧାରା ସଂଶୋଧନ କରି ଜୁଡିସିଆଲ ଅଧିକାରୀଙ୍କ ସ୍ଥାନରେ ଓକିଲଙ୍କୁ ନିଯୁକ୍ତି, ଯୋଗ୍ୟତା ସଂପନ୍ନ ଓକିଲଙ୍କୁ ବିଭିନ୍ନ ଟ୍ରିବ୍ୟୁନାଲ, କମିସନ ଓ ଫୋରମରେ ନିଯୁକ୍ତି, ଓକିଲଙ୍କ ପରିବାରବର୍ଗଙ୍କୁ ବୀମାଭୁକ୍ତ, ଓକିଲଙ୍କ ଅକାଳ ବିୟୋଗ ଘଟିଲେ ଅାର୍ଥିକ ସହାୟତା ଦିଅାଯାଉ ବୋଲି ଦାବି ରହିଛି। ଭାରତୀୟ ଆଇନଜୀବୀ ପରିଷଦ ଏହି ୫ଦଫା ସମ୍ବଳିତ ଦାବି ରଖିଥିବାବେଳେ ୧୧ତାରିଖରେ ସଦର ମହକୁମାରେ ଥିବା ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।
ସେହିପରି ୧୨ତାରିଖରେ ଭୁବନେଶ୍ବରରେ ଏକତ୍ରିତ ହୋଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଦେବୀ ପ୍ରସାଦ ଧଳ, ମାନସ ମହାପାତ୍ର, ମାନସ ଚାନ୍ଦ, ଅରୁପାନନ୍ଦ ଦାସ, ଅଜୟ କୁମାର ବରାଳ, ବିଭୁନ୍ଦେନ୍ଦ୍ର ମିଶ୍ର, ରମାକାନ୍ତ ସାହୁ, ସୌରଚନ୍ଦ୍ର ମହାପାତ୍ର, ନିରଞ୍ଜନ ପଣ୍ଡା, ସୀତାଶୁଂ ମୋହନ ଦ୍ବିବେଦୀ, ଆତ୍ମା ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories