www.samajalive.in
Tuesday, December 9, 2025
26.1 C
Bhubaneswar

ଚୁଟିକଟା ଶୈଳୀକୁ ନେଇ ଛାତ୍ରଙ୍କୁ ପିଟି ହାତ ଭାଙ୍ଗିଦେଲେ ଶିକ୍ଷକ

ସମାଜ ଡିଜିଟାଲ ଡେସ୍କ: ଚୁଟି କଟା ଶୈଳୀ(ହେୟାରଷ୍ଟାଇଲ)କୁ ନେଇ ଜଣେ ଛାତ୍ରଙ୍କୁ ପିଟି ପିଟି ଦରମରା କରିଦେଇଛନ୍ତି ଶିକ୍ଷକ। ଛାତ୍ରଙ୍କ ହାତ ଭାଙ୍ଗିଯିବା ସହିତ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଛି। ସେ ମାସାଧିକ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ସ୍କୁଲର ୮ ଜଣ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରର ସରସ୍ବତୀ ବିଦ୍ୟାମନ୍ଦିରରେ। ଘଟଣା ପରେ ବିଦ୍ୟାଳୟର ୮ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁସାରେ, ଗତ ଜାନୁୟାରୀ ୨୪ ତାରିଖରେ ଜଣେ ଦ୍ବାଦଶ ଛାତ୍ରଙ୍କୁ ତାଙ୍କ ଚୁଟିକଟା ଶୈଳୀକୁ ନେଇ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଛାତ୍ର ଜଣକ ଘରକୁ ଯିବା ପରେ ଏ ସମ୍ପର୍କରେ ଜଣାଇଥିଲେ। ତା ପରଦିନ ଛାତ୍ର ଜଣକ ସ୍କୁଲକୁ ଯିବା ପରେ ତାଙ୍କୁ ନିର୍ଦ୍ଦୟ ଭାବେ ଏକ ବାଡ଼ିରେ ନିସ୍ତୁକ ମାଡ଼ ମରାଯାଇଥିଲା। ମାଡ଼ ଯୋଗୁ ଶରୀରସାରା ଫାଟି ଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଥିଲା। ଗୋଟିଏ ହାତ ଭାଙ୍ଗି ଯାଇଥିଲା। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାସାଧିକ ସମୟ ଡାକ୍ତରଖାନାରେ ରହିବାରୁ ସେ ପରୀକ୍ଷା ପାଇଁ ଠିକ ଭାବେ ପ୍ରସ୍ତୁତ ହୋଇପାରି ନ ଥିଲେ। କେବଳ ଏତିକି ନୁହେଁ, ସେମାନଙ୍କୁ ଘଟଣାର ଆପୋସ ସମାଧାନ ପାଇଁ ବାଧ୍ୟ କରାଯାଇଥିଲା। ସମାଧାନ ପରେ ବି ଅଭିଯୁକ୍ତ ଶିକ୍ଷକ ଜଣକ ବାରମ୍ବାର ଧମକ ଦେବାରୁ ସେମାନେ ଥାନାରେ ଅଭିଯୋଗ କରିଥିବା ଛାତ୍ରଙ୍କ ମା’ ମାୟା ରାଣୀ କହିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories