www.samajalive.in
Sunday, December 7, 2025
26.1 C
Bhubaneswar

ସେମିରେ ହାରିଲା ଦକ୍ଷିଣ ଆଫ୍ରିକା, ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ବୁଧବାର ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୬୨ ରନ ସଂଗ୍ରହ କରିଥିଲା। ୩୬୩ ରନ ବିଜୟଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଡେଭିଡ ମିଲରଙ୍କ ଲଢ଼ୁଆ ଶତକ ସତ୍ବେ ଦଳ ବିଜୟ ହାସଲ କରିପାରି ନ ଥିଲା।

ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ର(୧୦୮) ଏବଂ କେନ୍‌ ୱିଲିୟମସନ(୧୦୨)ଙ୍କ ଶତକ ବଳରେ ୩୬୨ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲା। ମିଲରଙ୍କ ଶତକ(୧୦୦), ଅଧିନାୟକ ଟେମ୍ବା ବବୁମା(୫୬) ଏବଂ ରେସି ଭାନ ଡେର ଡସେନ(୬୯)ଙ୍କୁ ଛାଡ଼ିଦେଲ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମ୍ୟାଟ ହେନରୀ ଓ ଗ୍ଲେନ ଫିଲ୍ଲିପ୍ସ ୨ଟି ଲେଖାଏ ଏବଂ ମାଇକେଲ ବ୍ରେସୱେଲ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ଭେଟିବ। ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories