www.samajalive.in
Sunday, December 7, 2025
26.1 C
Bhubaneswar

ହାତ ବାନ୍ଧି ବସିଛନ୍ତି ମନରେଗା ଶ୍ରମିକ 

ପାଟଣା: କେନ୍ଦ୍ର ସରକାର ଜବ କାର୍ଡ ହିତାଧିକାରୀଙ୍କୁ ମନରେଗା ଯୋଜନା ଅଧୀନରେ ବାର୍ଷିକ ୧୦୦ ଦିନର କାମ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ଶ୍ରମଜୀବୀ ମାନେ ଉକ୍ତ ଯୋଜନାରେ ଯେପରି ନିଜ ଘର ଠାରୁ ୫ କିଲୋମିଟର ମଧ୍ୟରେ କାମ ପାଇଁ ପାରିବେ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରମଜୀବୀ ମାନେ କିପରି ଅଧିକ ଦିନ କାମ ପାଇ ପାରିବେ ସେନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ମଧ୍ୟ ହେଉଛି । ମାତ୍ର ସାହାରପଡା ବ୍ଲକରେ ଫଳ ଶୂନ ରହିଛି । ସାହାରପଡା ବ୍ଲକର ମନରେଗା ଶ୍ରମିକ ମାନେ କାମ ନପାଇ ପାଖାପାଖି ଏକ ବର୍ଷ ହେବ ହାତ ବାନ୍ଧି ବସିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ଅଧିକାଂଶ ମନରେଗା ଶ୍ରମିକ ୨୦-୩୦ ଦିନ ମଧ୍ୟ କାମ ପାଇଁ ପାରିନଥିବା ଜଣା ପଡିଛି । ସାହାରପଡା ବ୍ଲକ ଏକ ଉପାନ୍ତ ତଥା ଆଦିବାସୀ ଅଞ୍ଚଳ ଅଟେ । ଏଠାକାର ଅଧିକାଂଶ ଲୋକ ମୁଲ ଲାଗି ପେଟ ପୋଷି ଆସୁଛନ୍ତି । ଗରିବ ଲୋକଙ୍କୁ କାମ ଯୋଗାଇବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରି ଆସୁଛନ୍ତି । ମାତ୍ର ସାହାରପଡା ବ୍ଲକରେ ପ୍ରଶାସନିକ ଉଦାସୀନତା ତଥା ଅବହେଳା ପାଇଁ ଜବ କାର୍ଡ ଧାରୀ ମାନେ କାମ ପାଇ ପାରୁ ନାହାନ୍ତି । ଫଳ ସ୍ୱରୂପ ଶ୍ରମଜୀବୀ ମାନେ ଦାଦନ ମୁହାଁ ହେବା ନଜିର ହେଉଛି । ବ୍ଲକର ସମସ୍ତ ୨୦ଟି ଯାକ ପଞ୍ଚାୟତ ରେ ଚଳିତ ବର୍ଷ ମନରେଗା କାର୍ଯ୍ୟ ଧିମେଇବା ସହ ଗରିବ ଲୋକ ମାନେ ପେଟ ପାଟଣା ପାଇଁ ବହୁ ହିନସ୍ଥା ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ସ୍ତରରେ ବାରମ୍ବାର ମନରେଗା ଯୋଜନାର ଅଗ୍ରଗତି ତଥା ଜବ କାର୍ଡ ଧାରିଙ୍କୁ କାମ ଯୋଗାଇବା ନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ବ୍ଲକର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ମନରେଗା ଯୋଜନାରେ ପାଉଥିବା ମଜୁରୀରେ ଦୈନିକ ତେଲ ଲୁଣ ଖର୍ଚ୍ଚ ତୁଲାଇ ଥାନ୍ତି । ମାତ୍ର ସାହାରପଡା ବ୍ଲକରେ ଶ୍ରମଜୀବୀ ମାନେ ମନରେଗା ଯୋଜନାର ସୁଫଳ ପାଇ ପାରୁ ନଥିବା ଜବ କାର୍ଡ ହିତାଧିକାରୀ ମାନେ କହିଛନ୍ତି । ବ୍ଲକର ରାଇଡିହା ପଞ୍ଚାୟତ ରେ ମେଦିନୀପୁର ଗାଁରେ ସମସ୍ତେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ କାମ ନପାଇ ଅନ୍ୟ ରାଜ୍ୟ କୁ ପଳାଉଥିବା ଶିରୀଶ କୁମାର ନାୟକ ଅଭିଯୋଗ କରିଛନ୍ତି ।ସେହିପରି ବ୍ଲକର ଖଜିରାପାଟ ପଂଚାୟତରେ ମନରେଗା ଯୋଜନାରେ ଲୋକେ କାମ ପାଇ ପାରୁ ନଥିବା ଅଭିଯୋଗ ହୋଇଛି । ଉକ୍ତ ପଂଚାୟତର ମୁକ୍ତାପୁର ଗାଁରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ବସବାସ କରୁ ଥିବା ବେଳେ ଏଠାରେ ମଧ୍ୟ ଲୋକ ମାନେ କାମ ପାଇ ପାରୁନାହାନ୍ତି । ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିଲେ ସୁଦ୍ଧା କାଁ ଭାଁ ଜବ କାର୍ଡ ହିତାଧିକାରୀ କାମ ପାଇଥିବା ବେଳେ ଅଧିକାଂଶ ହିତାଧିକାରୀ ଚଳିତ ବର୍ଷ ଆଦୌ କାମ ପାଇ ପରି ନାହାନ୍ତି । ତେଣୁ ପ୍ରଶାସନିକ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଡ ହିତାଧିକାରୀ ମାନଙ୍କୁ ମନରେଗା ଯୋଜନାର ୧୦୦ ଦିନର କାମ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବୀ ହେଉଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories