www.samajalive.in
Sunday, December 7, 2025
13.1 C
Bhubaneswar

ଭୁଶୁଡ଼ିଲା ନିର୍ମାଣାଧୀନ ବସ ଟର୍ମିନାଳ ଛାତ, ବର୍ତ୍ତିଲେ ୨୦ରୁ ଅଧିକ ଶ୍ରମିକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ବସଷ୍ଟାଣ୍ଡ ନିର୍ମାଣ କାମ ଚାଲିଥିବା ସମୟରେ ଏକ ବଡ଼ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡର ବସ ଟର୍ମିନାଲ ବିଲଡିଂ ଛାତ ପଡୁଥିବା ସମୟରେ ହଠାତ ତାହା ଭୁଶୁଡି ପଡିଥିଲା। ଏହି ସମୟରେ ଛାତ ଉପରେ ଓ ଛାତ ତଳେ ପାଞ୍ଚ ଜଣ ମିସ୍ତ୍ରିଙ୍କ ସହ ପ୍ରାୟ କୋଡିଏରୁ ଅଧିକ ଶ୍ରମିକ କାମ କରୁଥିଲେ। କିନ୍ତୁ ସମୋନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ସୂଚନା ଅନୁସାରେ, ଗତ ୮ ମାସ ହେଲା ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ବସଷ୍ଟାଣ୍ଡରେ ବସ ଟର୍ମିନାଲର ଶୁକ୍ରବାର ଛାତ ପଡୁଥିଲା। ଠିକାସଂସ୍ଥାର ଠିକାଦାର, କର୍ମଚାରୀ ଓ ଦାୟିତ୍ୱରେ ଥିବା ପରିବହନ ବିଭାଗର ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଖୋଦ ବିଭାଗର ଏସଡ଼ିଓ ମଧ୍ୟ ଉପସ୍ଥିତ ଥିଲେ। ତେବେ ଛାତର ଉଚ୍ଚତା ପ୍ରାୟ ୩୦ ଫୁଟରୁ ଅଧିକ ହୋଇଥିବା ବେଳେ ନିୟମ ଅନୁଯାୟୀ ଛାତ ପାଇଁ ଲୁହା ପାଇପରେ ସେଣ୍ଟ୍ରିଙ୍ଗ କରିବା କଥା, କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା କାଠ ବଲ୍ହାରେ ସେଣ୍ଟ୍ରିଙ୍ଗ କରିଥିବାରୁ ଏଭଳି ଏକ ଘଟଣା ଘଟିଥିବା କୁହାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିବାବେଳେ କୋଟି କୋଟି ଟଙ୍କାର ନିର୍ମାଣ କାମ କିପରି ଏଭଳି କାମଚଳା ଭାବରେ କରାଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହେଉଥିବା ଏହି ଟର୍ମିନାଲର ସ୍ଥାୟୀତ୍ଵକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories