www.samajalive.in
Sunday, December 7, 2025
26.1 C
Bhubaneswar

ସିବିଆଇ-ପୁଲିସ ବିବାଦ ମାମଲା ; ରାଜୀବ କୁମାରଙ୍କୁ ଗିରଫ କରାଯାଇ ପାରିବ ନାହିଁ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : କଲକାତାରେ ସିବିଆଇ-ପୁଲିସ ବିବାଦ ନେଇ ସୁପ୍ରିମ କୋର୍ଟ ମଙ୍ଗଳବାର ରାୟ ଶୁଣାଇଛନ୍ତି। କଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ତେବେ ତାଙ୍କୁ ସିବିଆଇରେ ହାଜର ହେବାକୁ କୁହାଯାଇଛି। ଅନ୍ୟପକ୍ଷରେ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ପୁଲିସ କମିଶନର ରାଜୀବ କୁମାରଙ୍କୁ ନିର୍ଦେଶ ଦିଆଯାଇଛି। ତାଙ୍କୁ ସିଲଂରେ ଜେରା ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ସିବିଆଇ ଆଦେଶ ଅବମାନନା ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ନୋଟିସ ଜାରି କରା ଯାଇଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସ୍ବାଗତ କରିବା ସହିତ ସୁପ୍ରିମ କୋର୍ଟଙ୍କ ରାୟରେ ଆମର ବିଜୟ ହୋଇଛି ବୋଲି କହିଛନ୍ତି। ଏହା ଟିଏମସିର ଆନ୍ଦୋଳନ ନୁହେଁ ଜନତାଙ୍କର ଆନ୍ଦୋଳନ ବୋଲି ସେ କହିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେ ୬ ବର୍ଷ ତଳର କଥା ମନେ ପଡିଲା ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ସମ୍ବିଧାନର ନିୟମ ଉଲଙ୍ଘନ କରୁଛି ବୋଲି ଦିଦି କହିଛନ୍ତି । ଏହା ତାଙ୍କର ମୋଦୀ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ବୋଲି ସେ କହିଛନ୍ତି।

- Advertisement -

ସିବିଆଇ ତଦନ୍ତ ପ୍ରସଙ୍ଗରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories