www.samajalive.in
Tuesday, December 9, 2025
16.1 C
Bhubaneswar

୩ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ବର : ପଶ୍ଚିମାଝଡ଼ ଗାଙ୍ଗେୟ ପଶ୍ଚିମବଙ୍ଗ, ଦକ୍ଷିଣ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର ବାଲେଶ୍ବର, ଚାନ୍ଦବାଲି, ଭଦ୍ରକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ବାରିପଦା, ଅନୁଗୋଳ, ବାଲେଶ୍ବର, ଗୋପାଳପୁର, ଭଦ୍ରକରେ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ତିନି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଗଜପତି, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ରାତି ତାପମାତ୍ରା ଫୁଲବାଣୀରେ ୧୫ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭବାନୀପାଟଣା ୧୫.୯, ଭଦ୍ରକ ୧୫.୮, ଭୁବନେଶ୍ବର ୨୨.୬ ଏବଂ କଟକରେ ୨୧.୫ ଡିଗ୍ରୀ ରହିଛି। ସେହିପରି ଦିନ ତାପମାତ୍ରା ପାରଳାଖେମୁଣ୍ଡିରେ ୩୬ଡିଗ୍ରୀ ଥିବାବେଳେ ମାଲକାନଗିରି ୩୫.୬, ବଲାଙ୍ଗିର ୩୫, ଭୁବନେଶ୍ବର ୩୩.୩ ଏବଂ କଟକରେ ୩୧.୪ ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories