www.samajalive.in
Sunday, December 7, 2025
16.1 C
Bhubaneswar

କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ବୋନସ୍‌

ନୂଆଦିଲ୍ଲୀ:  କୋଏମ୍ବାଟୁରର ଏକ ଏଆଇ ଷ୍ଟାର୍ଟଅପ୍‌ କମ୍ପାନୀ ବର୍ତ୍ତମାନ ବେଶ୍‌ ଚର୍ଚ୍ଚାରେ ରହିଛି। କୋଭାଇ.କୋ ନାମକ ଏହି କମ୍ପାନୀ ନିଜର ୧୪୦ଜଣ କର୍ମଚାରୀଙ୍କୁ ବୋନସ ବାବଦରେ ୧୪ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି କମ୍ପାନୀ ବିବିସି, ବୋଇଂ ଓ ସେଲ୍‌ ଭଳି ବଡ଼ ସଂସ୍ଥାକୁ ସେବା ପ୍ରଦାନ କରି ଆସୁଛି। ଏହି କମ୍ପାନୀକୁ କୋଏମ୍ବାଟୁର ବାସିନ୍ଦା ଶ୍ରବଣ କୁମାର ୧୦ ବର୍ଷ ତଳେ ଆରମ୍ଭ କରିଥିଲେ। ସେ ୨୫ ବର୍ଷ ହେବ ଲଣ୍ଡନରେ ରହୁଛନ୍ତି। ଶ୍ରବଣ କୁମାରଙ୍କ କହିବାନୁଯାୟୀ ସେ ପ୍ରଥମେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ତେବେ ୧୦ ବର୍ଷ ତଳେ ନିଜସ୍ବ କମ୍ପାନୀ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କମ୍ପାନୀ ବହୁ ନାମୀ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ସଫ୍ଟୱେର ନିର୍ମାଣ କରିଥାଏ। ବର୍ତ୍ତମାନ ସମୟରେ କୋଭାଇ.କୋ କମ୍ପାନୀର ମୋଟ ସମ୍ପତ୍ତି ୧୦୦ ନିୟୁତ ଡଲାରରେ ପହଞ୍ଚିଛି। ନିଜର ୧୪୦ଜଣ କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ବୋନସ ବାବଦରେ କାହିଁକି ପ୍ରଦାନ କଲେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରବଣ କୁମାର କହିଥିଲେ ଧନୀ ହେବା ଲକ୍ଷ୍ୟ ନେଇ କର୍ମଚାରୀମାନେ ଷ୍ଟାର୍ଟଅପ୍‌ ସଂସ୍ଥାରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏକାଧିକ ଷ୍ଟାର୍ଟଅପ୍‌ ସଂସ୍ଥାରେ କର୍ମଚାରୀଙ୍କ ନାମରେ ସେୟାର ରହିଥାଏ। ତେବେ ଏହା କେବଳ କାଗଜରେ ସୀମିତ ରହିଥାଏ। ତାଙ୍କ କମ୍ପାନୀ ବେଶ୍‌ ଟଙ୍କା ରୋଜଗାର କରୁଥିବାରୁ କର୍ମଚାରୀଙ୍କୁ ନଗଦ ଆକାରରେ ମୋଟା ଅର୍ଥ ପ୍ରଦାନ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ତେଣୁ ତାଙ୍କ କମ୍ପାନୀରେ କାମ କରୁଥିବା ୧୪୦ଜଣ କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୫ ଜାନୁଆରୀରେ କର୍ମଚାରୀଙ୍କୁ ମୋଟା ଅଙ୍କର ବୋନସ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଯାହାକୁ ସେ ପ୍ରଦାନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories