www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶା ବୈଦିକ ବ୍ରାହ୍ମଣ ପରିଷଦର ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର: ପଳାଶୁଣିସ୍ଥିତ ଇଣ୍ଡିଆନ୍‍ ବାସ୍ତୁ ଏକାଡେମୀ ପରିସରରେ ଓଡ଼ିଶା ବୈଦିକ ବ୍ରାହ୍ମଣ ପରିଷଦର ରାଜ୍ୟସ୍ତରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ା ପରିଚାଳନା ନିର୍ଦେଶକ ପଣ୍ଡିତ ଡଃ ସୁଧାକର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ ା ବୈଠକରେ ୩୦ଟି ଜିଲାର ପ୍ରଭାରୀମାନେ ଯୋଗଦେଇ ବ୍ରାହ୍ମଣମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରର ରାମନାରାୟଣ ପୂଜାପଣ୍ଡା ଓ ଉଚ୍ଚ ନ୍ୟାୟାଳୟ ଓକିଲ ସଂଘ ସଦସ୍ୟ ସଂଗ୍ରାମ କେଶରୀ ଶତପଥୀ ବ୍ରାହ୍ମଣ ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ଆଗାମୀ ୮ତାରିଖରେ ପରିଷଦର ପଞ୍ଜୀକରଣ କାର୍ଯ୍ୟ ସମାପ୍ତ କରିବା ପାଇଁ ସଭାରେ ସର୍ବ ସମ୍ମତିକ୍ରମେ ସ୍ଥିର କରାଯାଇଛି। ପ୍ରତି ଜିଲାସ୍ତରରେ ପରିଷଦକୁ ମଜଭୁତ କରିବା ପାଇଁ ସାଂଗଠନିକ ସଭାର ଆୟୋଜନ କରିବା ପାଇଁ ପ୍ରଭାରୀମାନଙ୍କୁ କ୍ଷମତା ପ୍ରଦାନ କରାଗଲା। ଉକ୍ତ ବୈଠକରେ ଜିଲା ପ୍ରଭାରୀ ଯଥାକ୍ରମେ ଲିଙ୍ଗରାଜ ଷଡ଼ଙ୍ଗୀ, ମନୋରଞ୍ଜନ ମିଶ୍ର, ଜ୍ୟୋତିରଞ୍ଜନ ପତି, ନରହରି ପଣ୍ଡା, ଜୀବନ ଜ୍ୟୋତି ମିଶ୍ର, ପ୍ରଶାନ୍ତ ପ୍ରହରାଜ, ଜଗନ୍ନାଥ ପଣ୍ଡା, ବ୍ରଜମୋହନ ପଣ୍ଡା, ବିରଞ୍ଚିନାରାୟଣ ଦାଶ, ଚିଣ୍ଟୁ ନନା, ରାଜେନ୍ଦ୍ର କୁମାର ପଣ୍ଡା, ରାନୁରାଜ ପାଣି, ଜୟକୃଷ୍ଣ ମିଶ୍ର, କାଶୀନାଥ ମିଶ୍ର, ବିଭୁ ପ୍ରସାଦ ଦାଶ, ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର ସଂପାଦକ ସତ୍ୟନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories