କେଶ ପାଇଁ ବରଦାନ ଅଁଳା
ଲମ୍ବା ଓ ଘନ କେଶ ପ୍ରତି ଅଧିକାଂଶଙ୍କର ଦୁର୍ବଳତା। ତେବେ କେଶ ଝଡ଼ିବା ଆଜିର ସମୟରେ ଅଧିକାଂଶଙ୍କର ଏକ ମୁଖ୍ୟ ସମସ୍ୟା। କେଶର ଘନତ୍ବ ପାଇଁ ମହୌଷଧି ଫଳ ହେଉଛି ଅଁଳା। ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ସି’ ଭରପୂର ଅଁଳା ନିୟମିତ ଖାଇଲେ ଅକାଳ କେଶ ପାଚିବା ସମସ୍ୟା ଓ କେଶ ଝଡ଼ା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥାଏ।
ପ୍ରତିଦିନ ସକାଳୁ ଖାଲିପେଟରେ ଗୋଟିଏ କିମ୍ବା ଦୁଇଟି ଅଁଳା ଖାଇଲେ ତାହାର ଉତ୍ତମ ପ୍ରଭାବ ଉଭୟ କେଶ-ତ୍ବଚା ଉପରେ ପଡ଼େ।
ଏହା ସହ ଅଁଳାକୁ ଗୁଣ୍ଡ କରି ତାହାକୁ କେଶମୂଳରେ ଲଗାଇଲେ ମଧ୍ୟ ତାହା ଘନତ୍ବ ବଢ଼ାଇଥାଏ।
ଅଁଳା ଗୁଣ୍ଡ ୧ ଚାମଚ ଉଷୁମ ପାଣି ସହ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟା ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।
ଅଁଳା ଗୁଣ୍ଡ ୨ଚାମଚରେ ଶୁଦ୍ଧ ନଡ଼ିଆ ତେଲ ମିଶାଇ କେଶରେ ଲଗାଇଲେ ରୁପି ସମସ୍ୟା ଦୂର ହୁଏ।
ଏହାର ମିଶ୍ରଣ କେଶରେ ଲଗାଇଲେ ତାହା ଉତ୍ତମ କଣ୍ଡିସନର୍ ଭାବେ କାମ କରେ।
ନିୟମିତ ଭାବେ ୩-୪ ମାସ ଅଁଳା ଫଳ ଖାଇବା ଦ୍ବାରା ତାହାର ପ୍ରଭାବ କେଶ ଉପରେ ପଡ଼ିଥାଏ।