www.samajalive.in
Sunday, December 7, 2025
26.1 C
Bhubaneswar

ଗାଡ଼ି ଭିତରେ ୫୦ ମିନିଟ ରହିଲା ଶିଶୁ

ଭୁବନେଶ୍ବର: କମିସନରେଟ ଟ୍ରାଫିକ ପୁଲିସର ଅମାନବୀୟ ଆଚରଣ ପାଇଁ ରାସ୍ତାରେ ୟୁ-ଟର୍ଣ୍ଣ ନେଇଥିବା ଏକ ଗାଡ଼ି ଭିତରେ ୯ ବର୍ଷର ଶିଶୁକୁ ପ୍ରାୟ ୫୦ ମିନିଟ ଧରି ରହିବାକୁ ପଡ଼ିଥିଲା। ଜୋରିମାନା ଦେବା ପାଇଁ ଗାଡ଼ି ମାଲିକ ହନ୍ତସନ୍ତ ହୋଇଥିଲେ। ଏମିତି ଘଟଣା ମଙ୍ଗଳବାର ଏଜି ଛକରେ ଘଟିଛି। ଟ୍ରାଫିକ ପୁଲିସର ଏପରି କାର୍ଯ୍ୟ ରାଜଧାନୀରେ ଆଲୋଚନାର ବିଷୟ ହୋଇଛି। ଜନତାଙ୍କ ପୁଲିସ କାହା ପାଇଁ ବୋଲି ପ୍ରଶ୍ନ ଉଠିଛି। ସରକାରଙ୍କ ନିର୍ଦେଶକୁ ଟ୍ରାଫିକ ପୁଲିସ ଉପେକ୍ଷା କରୁଥିବା ଏହି ଘଟଣାରୁ ଜଣାପଡ଼ିଛି। ଇ-ଚାଲାଣ ଓ ଇ-ପେମେଣ୍ଟକୁ ପୁଲିସ ଉପେକ୍ଷା କରିବାରୁ ସାଧାରଣ ଲୋକେ ହଇରାଣ ହେବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଡିଜିଟାଲ ଯୁଗରେ କମିସନରେଟ ପୁଲିସ ପଛରେ ପଡ଼ିଛି। ଇ-ପେମେଣ୍ଟକୁ ଟ୍ରାଫିକ ପୁଲିସର ନା, ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ମଙ୍ଗଳବାର ସମୟ ପ୍ରାୟ ସାଢ଼େ ୧୦ଟାରେ ସ୍କୁଲରୁ ଶିଶୁକୁ ନେଇ ଚାଳକ ରାଜଭବନ ଆଡ଼ୁ ଲକ୍ଷ୍ମୀସାଗର ଅଭିମୁଖେ ଆସୁଥିଲେ। ଏହି ସମୟରେ ଏଜି ଛକରେ ଟ୍ରାଫିକ ଲାଇଟ୍‌ ନାଲି ଥିଲା। ବିଳମ୍ବ ହେବା ଜାଣି ଚାଳକ ବାମ କଡ଼ ଦେଇ ରାଜମହଲ ଆଡ଼କୁ ଯିବା ପାଇଁ ୟୁ-ଟର୍ଣ୍ଣ କରିଥିଲେ। ସେଠାରେ ଜଗିଥିବା ଟ୍ରାଫିକ ପୁଲିସ ଗାଡ଼ିକୁ ଅଟକାଇଥିଲା। ଟ୍ରାଫିକ ନିୟମ ଉଲ୍ଲଘଂନ କରିଛ, ତୁମକୁ ଜୋରିମାନା ଦେବାକୁ ପଡ଼ିବ ବୋଲି ପୁଲିସ କହିଥିଲା। ଏଥିଲାଗି ଚାଳକ କ୍ଷମା ମାଗିବା ସହ ଛାଡ଼ି ଦେବା ପାଇଁ କାକୁତିମିନତି ହୋଇଥିଲେ। ହେଲେ ପୁଲିସ ଜିଦ୍‌ରେ ଅଟଳ ରହିଥିଲା। ଶିଶୁକୁ ସ୍କୁଲରୁ ନେଇ ଯାଉଛି, ତାଙ୍କୁ ଭୋକ ହେଲାଣି, ଆପଣ ଇ-ଚାଲାଣ କରି ଦିଅନ୍ତୁ ବୋଲି ଚାଳକ କହିଥିଲେ। କିନ୍ତୁ ଥାନାକୁ ଯିବା ଲାଗି ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କୁ ବାଧ୍ୟ କରିଥିଲେ। ଏପରିକି ଗାଡ଼ିରେ ଜଣେ ପୁଲିସ କର୍ମଚାରୀ ବସି ଗାଡ଼ିକୁ ଥାନାକୁ ନେଇଯାଇଥିଲେ। ଘଟଣା ସମ୍ପର୍କରେ ଚାଳକ ଶିଶୁଙ୍କ ମା’ ଦ୍ବୀପାନ୍ବିତା ମିଶ୍ରଙ୍କୁ ଜଣାଇଥିଲେ। ଜୋରିମାନା ପଠାଇ ଦେବା ଲାଗି ଶ୍ରୀମତୀ ମିଶ୍ର କଥା ହେବାକୁ ଚାହିଁଥିଲେ ମଧ୍ୟ ପୁଲିସ ଫୋନ୍‌ ଧରିନଥିଲା। ଶ୍ରୀମତୀ ମିଶ୍ର ଥାନାରେ ପହଞ୍ଚି ଜୋରିମାନା ପୈଠ କରିବାକୁ ଚାହିଁଥିଲେ ମଧ୍ୟ ପୁଲିସ ନଗଦ ଟଙ୍କା ଦେବା ଲାଗି ବାଧ୍ୟ କରିଥିଲା। ଇ-ପେମେଣ୍ଟ ପାଇଁ ପୁଲିସ ରୋକ୍‌ଠୋକ୍‌ ମନା କରି ଦେଇଥିଲା। ଏପରିକି ଜୋରିମାନା ନଗଦ ଟଙ୍କା ଜମା କରିବା ପାଇଁ ପୁଲିସ ଥାନା କାନ୍ଥରେ ଲେଖିଥିବା ଶ୍ରୀମତୀ ମିଶ୍ର ଦେଖିବାକୁ ପାଇଥିଲେ। ପାଖରେ ନଗଦ ଟଙ୍କା ନଥିବାରୁ ଶ୍ରୀମତୀ ମିଶ୍ର ଥାନା ଅଧିକାରୀ ଆକାଶ ରଣାଙ୍କୁ ସାକ୍ଷାତ କରି ପିଲାଟା ଖାଇନିପିଇନି ସ୍କୁଲରୁ ଫେରିଲା, ତେଣୁ ଆପଣ ଇ-ପେମେଣ୍ଟ ନେଇ ତୁରନ୍ତ ଛାଡ଼ିବାକୁ ଅନୁରୋଧ କରିଥିଲେ। ହେଲେ ଥାନା ଅଧିକାରୀ ମନା କରି ଦେଇଥିଲେ। ଏହାରି ମଧ୍ୟରେ ପ୍ରାୟ ୫୦ ମିନିଟ ସମୟ ବିତିଯାଇଥିଲା। ଶିଶୁ ଭୋକରେ ଗାଡ଼ି ଭିତରେ ଛଟପଟ ହେଉଥିଲା। ପୁଲିସ ତା’ ଜିଦ୍‌ରେ ଅଟଳ ରହିଥିବା ବେଳେ ଡିଜିଟାଲ ଜରିଆରେ ଜୋରିମାନା ପୈଠ କରିବା ପାଇଁ ମା’ ପୁଲିସକୁ ବାରମ୍ବାର ଅନୁରୋଧ କରି ଚାଲିଥିଲେ। ପରେ ପୁଲିସ ଏକ ସ୍କାନର ଜରିଆରେ ଜୋରିମାନା ନେଇଥିଲା। ଶିଶୁଟିକୁ ପାଣିଟିକେ ପିଇବା ପାଇଁ ମଧ୍ୟ ପୁଲିସ ମାନବିକତା ଦେଖାଇ ନଥିଲା। ଟ୍ରାଫିକ ପୁଲିସର ଏପରି ଅମାନବିୟ କାର୍ଯ୍ୟକୁ ନେଇ ଶ୍ରୀମତୀ ମିଶ୍ର ଏକ୍ସରେ ଅଭିଯୋଗ ଆଣିଛନ୍ତି। ଏସଂକାନ୍ତରେ ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ କହିଛନ୍ତି ଯେ, ଇ-ପେମେଣ୍ଟ ଗ୍ରହଣ କରାଯାଉଛି, କୌଣସି ବ୍ୟକ୍ତିଙ୍କୁ ଟ୍ରାଫିକ ପୁଲିସ ଅଟକ ରଖେନାହିଁ। ଉପରୋକ୍ତ ମହିଳା ମଧ୍ୟ ଇ-ପେମେଣ୍ଟ ଜରିଆରେ ଜୋରିମାନା ପୈଠ କରିଛନ୍ତି। ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories