www.samajalive.in
Sunday, December 7, 2025
23.1 C
Bhubaneswar

ଆଜିର ରାଶିଫଳ (ମଙ୍ଗଳବାର) ୧୧/୦୨/୨୦୨୫

ମେଷ: ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ଦାନ ଧର୍ମ କରି ମନସ୍କାମନା ପୂରଣ କରିବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଈପ୍‌ସିତ ପଦାର୍ଥ ପ୍ରାପ୍ତ ହେବାର ସମ୍ଭାବନା ଅଛି।

ବୃଷ: ଗୁରୁଜନଙ୍କଠାରେ ବିନୟାବନତ ହୋଇପାରନ୍ତି। ମିତ୍ରତା ବୃଦ୍ଧିର ସୂଚନା ମିଳୁଛି। ପ୍ରଥିତ ପ୍ରତାପୀ ହେବେ। ଦ୍ବିଜଙ୍କ ପ୍ରତି ଅନୁରକ୍ତି ରହିବ। ଦୃଢ଼ ପୌରୁଷର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ।

- Advertisement -

ମିଥୁନ: ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହୋଇ ଅଭୀଷ୍ଟ ପୂରଣ କରିପାରନ୍ତି। ପୁତ୍ର ସୁଖ ମିଳିବ। ସହଧର୍ମିଣୀଙ୍କଠାରୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ମିଳିବ। ଧନବାନ୍‌ ହେବେ।

କର୍କଟ: ଭ୍ରମଣ ବ୍ୟର୍ଥ ହୋଇପାରେ। ସୁଖ ମିଳିବା କଷ୍ଟସାଧ୍ୟ ହେବ। ପତ୍ନୀ ବିମନା ହୋଇପାରନ୍ତି। ଉନ୍ନୟନ ବାଧାପ୍ରାପ୍ତ ହେବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ସତର୍କରେ ଚଳିବେ।

ସିଂହ: ଧନ ପ୍ରାପ୍ତିର ସୂଚନା ମିଳୁଛି। ଦିନଟି କ୍ଲେଶ ଦାୟକ ହୋଇପାରେ। ସେବା କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେବ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କଠାରୁ ସୁପରାମର୍ଶ ମିଳିବ। ସମ୍ମାନ ପ୍ରାପ୍ତ ହେବେ।

କନ୍ୟା: ଭ୍ରାତୃଭାବ ଅତୁଟ ରହିବ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଋଣମୁକ୍ତ ହେବାର ସୂଚନା ମିଳୁଛି। ମନରେ ଥିବା ଉତ୍ତେଜନା ନିର୍ବାପିତ ହୋଇପାରେ।

ତୁଳା: ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ସ୍ବାଭିମାନୀ ହେବେ। ଦେବୀ ଭକ୍ତ ହୋଇପାରନ୍ତି। ଉତ୍ତମ ଲେଖକ ହେବେ। ହଠାତ୍ କିଛି ଅର୍ଥ ମିିଳିପାରେ। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ଦୃଢ଼ ପୌରୁଷର ଅଧିକାରୀ ହେବେ। ପୁରୁଷ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଧନବାନ୍‌ ହେବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ପିତୃମାତୃ ଭକ୍ତ ହେବେ। ଉତ୍ତମ ଗୃହ ପ୍ରାପ୍ତି ହୋଇପାରେ।

ଧନୁ: ନିରୀହ ସ୍ବଭାବସମ୍ପନ୍ନ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁମାନଙ୍କର ସେବାକାରୀଭାବେ ବହୁ ଗୁଣ ଅର୍ଜନ କରିପାରନ୍ତି। ମିତ୍ର ସ୍ନେହୀ ହେବେ। ଧନବାନ୍‌ ହେବେ। ସର୍ବ ସୁଖର ଅଧିକାରୀ ହେବେ।

ମକର: ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ବିବାଦଶୀଳ ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ। ବିଚାର ବିଭାଗ ଉପରେ ଭରସା କରିପାରନ୍ତି। କଥାବାର୍ତ୍ତା ଓଜନଦାର ହେବ।

କୁମ୍ଭ: କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରୁଥିବାବେଳେ ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ସ୍ନେହାସ୍ପଦମାନଙ୍କର କୃପାପାତ୍ର ହେବେ। ବିବାହ ବିଳମ୍ବ କିମ୍ବା ଆଦୌ ନ ହେବାର ସୂଚନା ମିଳୁଛି। ସୁଖୀ ହେବେ।

ମୀନ: ପୁରୁଷାର୍ଥ ବିକଶିତ ହେବ। ପରିବାର ଲୋକେ ବିଭିନ୍ନ ବିଦ୍ୟାରେ ପାରଦର୍ଶୀ ହୋଇପାରନ୍ତି। କର୍ମଚଞ୍ଚଳ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାଭାଜନ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories