www.samajalive.in
Monday, December 8, 2025
14.1 C
Bhubaneswar

ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ୨୦୨୫ ଫେବୃଆରୀ ୮-୧୧

କଟକ: ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ୨୦୨୫ ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍‌ ସ୍କୁଲ ଅଫ ସ୍ପୋର୍ଟସ୍‌’ରେ ଶ୍ରୀ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍‌ ଇଣ୍ଡିଆ କୋଚ୍‌ ସଦସ୍ୟଗଣ ଶ୍ରୀ ଭରତ ଅରୁଣ ଓ ଶ୍ରୀ ଆର ଶ୍ରୀଧରଙ୍କ ଦ୍ୱାରା ସ୍ଥାପିତ କ୍ରିକେଟରେ ଉକ୍ରର୍ଷ ଆଣିବାରେ ଏକ ପ୍ରିମିୟର ପ୍ରତିଷ୍ଠାନ ‘କୋଚିଂ ବିୟଣ୍ଡ’ ସହଯୋଗୀତାରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ କ୍ରିକେଟ ଭଳି ଏକ ଉଲ୍ଲେଖନୀୟ କ୍ରୀଡାରେ ପ୍ରତିଭା ଅନୁସନ୍ଧାନ ତଥା ଏହି ଅଞ୍ଚଳରେ ଏକ ମଜଭୁତ କ୍ରୀଡା ସମୁଦାୟକୁ ପୃଷ୍ଠପୋଷକତା କରିବା ଲକ୍ଷ୍ୟ ରଖିଛି ।

ଶ୍ରୀ ରବି ଶାସ୍ତ୍ରୀ ଏବଂ ଶ୍ରୀ ଭରତ ଅରୁଣ ଏହି ୪-ଦିନିଆ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ, ଯେଉଁଥିରେ ଏମଜିଏମ୍‌ ସ୍କୁଲ ଅଫ ସ୍ପୋର୍ଟସ୍‌ର ବଛା ବଛା ଖେଳାଳିଙ୍କ ବ୍ୟତୀତ ଚେନ୍ନାଇ, ହାଇଦରାବାଦ ଏବଂ ଭଦୋଦରାସ୍ଥିତ କୋଚିଂ ବିୟଣ୍ଡ କ୍ରିକେଟ ଏକ୍ସଲେନ୍ସ ସେଣ୍ଟରର କ୍ରିକେଟ ଟିମ୍‌ଗୁଡିକ ଅଂଶଗ୍ରହଣ କରିବେ ଏବଂ ଏହି ଚାରି-ଦିନିଆ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ନିଜସ୍ୱ କ୍ରିକେଟ ପରାକାଷ୍ଠା ପ୍ରଦର୍ଶନ କରିବେ । ଟିମ୍‌ ଇଣ୍ଡିଆର ବିଶିଷ୍ଟ କ୍ରିକେଟର ଏବଂ ପ୍ରାକ୍ତନ ଆନ୍ତର୍ଜାତିକ ବୋଲର ଶ୍ରୀ ଭେଙ୍କଟପତି ରାଜୁ ଏବଂ ଓଡ଼ିଶାର ସୁପରିଚିତ ଆନ୍ତର୍ଜାତିକ କ୍ରିକେଟର ଶ୍ରୀ ଦେବାଶିଷ ମହାନ୍ତି ମଧ୍ୟ ଏହି ଉତ୍ସବରେ ଯୋଗଦେବେ ।
ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ନିଜର ପ୍ରଶଂସା ବ୍ୟକ୍ତ କରି ଶ୍ରୀ ରବି ଶାସ୍ତ୍ରୀ କହିଛନ୍ତି, “ଏମଜିଏମ୍‌ ସ୍କୁଲ ଅଫ ସ୍ପୋର୍ଟସ୍‌ରେ ଯୁବ କ୍ରିକେଟରଙ୍କ ଅଭିବୃଦ୍ଧି ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ବିଶ୍ୱ ମାନର ଭିତ୍ତିଭୂମି ଓ ଆବାସିକ ସୁବିଧା ରହିଛି । ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ୨୦୨୫ ଖେଳାଳିମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କ ସ୍ୱପ୍ନ ସାକାର ନିମନ୍ତେ ପ୍ରୟାସ କରିବାକୁ ଏକ ମହାନ ସୁଯୋଗ ଆଣିଛି ।”

- Advertisement -

ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ବିସ୍ତୃତ ଭାବରେ ପ୍ରକାଶ କରି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ସିଏମ୍‌ଡି, ଏମଜିଏମ୍‌ ଗ୍ରୁପ୍‌ କହିଛନ୍ତି, “ଆମେ ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ୨୦୨୫ ଆୟୋଜନ କରିବା ଏବଂ ଉଦୀୟମାନ କ୍ରିିକେଟରଙ୍କ ପାଇଁ ଏକ ପ୍ରତିବଦ୍ଧ ପ୍ଲାଟଫର୍ମ ଯୋଗାଇଦେବା ନେଇ ଉଲ୍ଲସିତ ଅଛୁ । ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ତାହାସହିତ ଓଡ଼ିଶାରେ କ୍ରିକେଟର ସୁଯୋଗ ସୃଷ୍ଟି କରୁଛି ଏବଂ ଏହାକୁ ମଜଭୁତ କରୁଛି ।”

“ଭାରତରେ କ୍ରିକେଟର ବର୍ଦ୍ଧିତ ଲୋକପ୍ରିୟତା ପରିପ୍ରେକ୍ଷୀରେ ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ୨୦୨୫ ଏକ ରୋମାଞ୍ଚକାରୀ ଇଭେଣ୍ଟ ହେବାକୁ ଯାଉଛି ଯାହା ପ୍ରତିଭା, ସେମାନଙ୍କର ଆଗ୍ରହ ଏବଂ କ୍ରୀଡାର ଉତ୍ସାହକୁ ପାଳନ କରିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଆକ୍ସନ ପରିପୂର୍ଣ୍ଣ ମ୍ୟାଚଗୁଡିକ ଦେଖିବା ଏବଂ ପରବର୍ତ୍ତୀ ପିଢିର କ୍ରିକେଟ ତାରକାମାନଙ୍କୁ ସମର୍ଥନ କରିବାକୁ କ୍ରିକେଟ ପ୍ରଶଂସକ ଏବଂ କ୍ରୀଡା ପ୍ରେମୀଙ୍କୁ ଆମନ୍ତ୍ରଣ କରୁଛୁ,” ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏମଜିଏମ୍‌ ଟି୨୦ ଚାମ୍ପିଅନସିପ୍‌ ପ୍ରତିଭା ଚିହ୍ନଟ, ସ୍ଥାନୀୟ ଖେଳାଳିମାନଙ୍କୁ ଏକ ପ୍ରତିଯୋଗିତାମୂଳକ ପରିବେଶରେ ସେମାନଙ୍କ କୋ÷ଶଳ ପ୍ରଦର୍ଶନ କରିବାକୁ ଏକ ସୁଯୋଗ ଯୋଗାଇଦେବାର ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ସେବା ଯୋଗାଉଛି ।

ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ସ୍କାଉଟସ୍‌, କୋଚ ଏବଂ ସମ୍ଭାବନାପୂର୍ଣ୍ଣ ପ୍ରାୟୋଜକମାନେ ତୀକ୍ଷ୍‌ଣ ନଜର ରଖିଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟ ଅନେକ ଆକାଙ୍‌କ୍ଷୀ କ୍ରିକେଟରଙ୍କ ପାଇଁ ବିଶ୍ୱସ୍ତରରେ ଚର୍ଚ୍ଚିତ ଏହି କ୍ରୀଡାରେ ଉପର ପାହାଚକୁ ଉଠିବା ନିମନ୍ତେ ପ୍ରଥମ ପାହାଚ ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।
ବୃତ୍ତିଗତ ଦୃଷ୍ଟିରୁ ପରିଚାଳିତ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ୱାରା ଏମଜିଏମ୍‌ ସ୍କୁଲ ଅଫ ସ୍ପୋର୍ଟସ୍‌ ଯୁବ ଆଥଲେଟମାନଙ୍କର ପରିପୋଷଣ କରିବା ଏବଂ ଓଡ଼ିଶା ତଥା ଉଦୀୟମାନ କ୍ରିକେଟରଙ୍କ ମଧ୍ୟରେ କ୍ରିକେଟର ମୂଳଦୁଆକୁ ପୁନଃ ପ୍ରତିଷ୍ଠିତ କରାଇବା ଏବଂ ସେମାନଙ୍କୁ ଏହି ରାଜକୀୟ କ୍ରୀଡାକୁ କ୍ୟାରିୟର ଭାବରେ ଗ୍ରହଣ କରିବା ନିମନ୍ତେ ସମର୍ଥ କରାଇବାକୁ ପ୍ରତିବଦ୍ଧ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories