www.samajalive.in
Sunday, December 7, 2025
26.1 C
Bhubaneswar

ଓଲଟିଲା ପଥର ବୋଝଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ ଅଳ୍ପକେ

ହରଭଙ୍ଗା :ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା – ଧଳପୁର ଜଗନ୍ନାଥ ସଡ଼କର ମଲ୍ଲିକପଡା ନିକଟରେ ଏକ କଞ୍ଚା ପଥର ବୋଝେଇ ହାଇୱା ରାସ୍ତା କଡ଼ରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୌଭାଗ୍ୟବଶତଃ ଡ୍ରାଇଭର, ଖଲାସୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଶନିବାର ରାତିରେ ଏକ ପଥର ବୋଝେଇ ହାଇୱା ହରଭଙ୍ଗା ପଟୁ ଜଗନ୍ନାଥସଡ଼କ ଦେଇ ଧଲପୁର ଆଡ଼କୁ ଯାଉଥିଲା। ମଲିକପଡା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଗାଡ଼ିରେ ବୋଝଇ ହୋଇଥିବା କଞ୍ଚା ପଥର କେଉଁ ପଥର ଖାଦାନରୁ ଯାଉଥିଲା। ଏହାର ଟ୍ରାନଞ୍ଜିଟ ପାସ ଅଛି କି ନାହିଁ। ସେ ଦିଗରେ ତଦନ୍ତ କରିବାର ଆବଶ୍ୟକତା ରହିଛି। ଗାଡିଟି କରଡ଼ି ଅଞ୍ଚଳରେ ନିର୍ମାଣଧୀନ ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ପଥର ଚାଲାଣ ହେଉଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories